Odisha news

ସୋନୁ ସୁଦ ଅସୁସ୍ଥ ଛାତ୍ରୀଙ୍କର ସର୍ଜରୀ କରାଇଲେ

0

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଓ ଲକଡାଉନ ମଧ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ତାଙ୍କ ଘରେ ପହଞ୍ଚାଇ ବଲିଉଡ କଳାକାର ସୋନୁ ସୁଦଙ୍କ ସାହାଯ୍ୟର ପରିଧି ଧୀରେଧୀରେ ଆଗକୁ ବଢ଼ିବାରେ ଲାଗିଛି l ସୋନୁ ସୁଦଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରୁଥିବା ଲୋକ ମାନେ ତାଙ୍କୁ ଟ୍ୱିଟର ମାଧ୍ୟମରେ ନିଜର ଅସୁବିଧା ଜଣାଇବାରେ ଲାଗିଛନ୍ତି l ଲୋକମାନଙ୍କର ଅସୁବିଧା ଜାଣିଲା ପରେ ସୋନୁ ସୁଦ ଓ ତାଙ୍କ ଟିମ ସେଠାକୁ ଆସି ତାଙ୍କୁ ସାହାଯ୍ୟ କରୁଛନ୍ତି l ଏହିପରି ଗୋଟିଏ ମାମଲା ବିହାରର ଭୋଜପୁର ଅଂଚଳରୁ ସାମ୍ନାକୁ ଆସିଛି l ସେଠାରେ ରହୁଥିବା ଜଣେ ଅସୁସ୍ଥ ଛାତ୍ରୀଙ୍କର ରୋଗ ବିଷୟରେ ତାଙ୍କର ବଡ ଭଉଣୀ ସୋନୁ ସୁଦଙ୍କୁ ଟ୍ୱିଟ କରି ଜଣାଇଥିଲେ l

ଟ୍ୱଇଟଟିକୁ ପଢିବା ପରେ ସୋନୁ ସୁଦ ତୁରନ୍ତ ଆକ୍ସନ ନେଲେ ଓ ଋଷିକେଶ ସ୍ଥିତ AIIMS ଡାକ୍ତର ଖାନରେ ବେମାର ଛାତ୍ରୀଙ୍କର ସଫଳ ଅପରେସନ କର ଯାଇଥିଲା ,ବର୍ତ୍ତମାନ ଛାତ୍ରୀ ଜଣଙ୍କ ସମ୍ପୂର୍ଣ ସୁସ୍ଥ ଅଛନ୍ତି l ଅସୁସ୍ଥ ଛାତ୍ରୀ ଦିବ୍ୟ ସାହାୟଙ୍କ ବଡ ଭଉଣୀ ନେହା ସାହାୟ ଟ୍ୱଇଟରେ ଲେଖିଥିଲେ “ସୋନୁ ସୁଦ ସାର ଆପଣଙ୍କ ସାହାଯ୍ୟ ଦରକାର ,ମୋ ଭଉଣୀର ପେଟରେ ଯନ୍ତ୍ରଣା ହେଉଥିବା କାରଣରୁ ସର୍ଜରୀ କରାଇବାକୁ ପଡିବ l ତାର ଅପରେସନ ପାଇଁ କରୋନା ସମୟରେ ଦିଲ୍ଲୀର AIIMS ରେ ସମୟ ମିଳିଥିଲା କିନ୍ତୁ ଲକଡାଉନ କାରଣରୁ ଆମେ ଦିଲ୍ଲୀ ଯାଇପାରିଲୁ ନାହିଁ l ସେଥିପାଇଁ ଆପଣ ଆମକୁ ଟିକିଏ ସାହାଯ୍ୟ କରନ୍ତୁ ଓ କୌଣସି ପ୍ରକାରେ AIIMS ରେ ଦେଖାଇବାର ପ୍ରବନ୍ଧ କରି ଦିଅନ୍ତୁ l”

ଏହି ଟ୍ୱିଟର କିଛି ଘଣ୍ଟା ପରେ ବଲିଉଡ ଅଭିନେତା ସୋନୁଙ୍କୁ ପକ୍ଷରୁ ଉତର ମିଳିଥିଲା l ଲେଖା ଯାଇଥିଲା ଯେ “ଆପଣ ଚିନ୍ତା କରନ୍ତୁ ନାହିଁ ,ଆପଣଙ୍କ ଭଉଣୀ ମୋ ଭଉଣୀ ତାଙ୍କର ସମସ୍ତ ବ୍ୟବସ୍ତା କରିଦିଅl ଯାଇଛି l ତାଙ୍କୁ ଠିକ କରିବାର ସମସ୍ତ ଦାଇତ୍ୱ ଆମ ଉପରେ l “ଏହା ପରେ ଝିଅଟିର ସଫଳ ଅପରେସନ ହୋଇ ସୁସ୍ଥ ହୋଇଥିଲା l ଘଟଣାଟି ହେଲା ଏହିପରି ୨୫ ବର୍ଷୀୟା ଦିବ୍ୟା ସାହାୟ M.COM ର ଛାତ୍ରୀ ଅଟନ୍ତି l ତାଙ୍କର ଅନେକ ଦିନରୁ ପେଟରେ ଯନ୍ତ୍ରଣା ହେଉଥିଲା ,ଯାହା ଦ୍ୱାରା ତାଙ୍କର ପ୍ୟାନକ୍ରିୟା ପ୍ରକ୍ରିୟାରେ ଯନ୍ତ୍ରଣା ଅନୁଭବ ହେଉଥିଲା l ତେଣୁ ତାଙ୍କର ଘର ଲୋକ ଖୁବ ଚିନ୍ତିତ ଥିଲେ l ଶେଷରେ ସୋନୁଙ୍କୁ ସାହାଯ୍ୟ ଦ୍ୱାରା ଏହି ଅସୁବିଧା ଦୂର ହୋଇଥିବାରୁ ତାଙ୍କ ପରିବାର ଲୋକେ ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି l ତାଙ୍କ ପରିବାର ଲୋକ କହିଛନ୍ତି ଚିରାଗ ଭିତରୁ ଜିନ ବାହାରିବା ଶୁଣିଥିଲୁ ତାହା ଆଜି ଆମେ ଦେଖି ମଧ୍ୟ ଦେଲୁ l

Leave A Reply