Odisha news

ନିୟମିତ ଆମେ ଖାଉଥିବା ୫ଟି ଖାଦ୍ୟ ପଦାର୍ଥ ଶରୀରର ହାଡ଼କୁ କରି ଦେଇଥାଏ ସମ୍ପୂର୍ଣ ନଷ୍ଟ : ରିସର୍ଚ୍ଚ

0

ମଣିଷ ଶରୀରରେ ହାଡ଼ ମାନଙ୍କର ଖୁବ ମହତ୍ୱ ରହିଛି l ହାଡ଼ ଯଦି ପ୍ରଭାବିତ ହୋଇଥାଏ ତେବେ ମଣିଷ ଚଳିବା ପାଇଁ ଅକ୍ଷମ ହୋଇ ଯାଇଥାଏ l ମଣିଷ ର ମୂଳ ସରଂଚନା ହାଡ଼ ଦ୍ୱାରା ହୋଇଥାଏ l କିନ୍ତୁ ଲୋକେ ବାସ୍ତବରେ ହାଡ଼କୁ ଖୁବ ହାଲୁକାରେ ନେଇ ଥାଆନ୍ତି l ହାଡ଼କୁ ସୁସ୍ଥ ରଖିବା ପାଇଁ ମଣିଷକୁ କ୍ୟାଲସିୟମ୍ ର ଆବଶ୍ୟକତା ପଡିଥାଏ l  କିନ୍ତୁ ଏଭଳି କିଛି ଖାଦ୍ୟପଦାର୍ଥ ରହିଛି ଯାହାକି ହାଡ଼କୁ ଦୁର୍ବଳ କରି କ୍ୟାଲସିୟମ୍ କୁ ଶରୀରରୁ ଅବଶୋଷିତ କରିଦେଇ ଥାଏ l ଯାହାଦ୍ୱାରା ଆମେ ରିଯୁମାଟିଯିମ, ଅଷ୍ଟ୍ରିଓପରସିସ , କ୍ୟାଲସିୟମ ଡେ଼ଫିସିଏନସି ର ସମୁଖୀନ ହୋଇ ଖୁବ କମ ବୟସରୁ ଚଲାବୁଲା କରିବାକୁ ଅକ୍ଷମ ହୋଇଥାଉ l

– ଆଜିର ଦୈନନ୍ଦିନ ଜୀବନ ରେ ଆମେ ଏଭଳି ଖାଦ୍ୟ ଖାଉଚୁ ଯାହା ହାଡ଼କୁ ଭିତରୁ ଦୁର୍ବଳ କରି ଦେଉଛି l ଏହିସବୁ ଖାଦ୍ୟକୁ ଦୀର୍ଘଦିନ ଧରି ସେବନ କରିବା ଦ୍ୱାରା ହାଡ଼ ଭିତରୁ ଦୁର୍ବଳ ହେବାକୁ ଲାଗିଥାଏ l ତେଣୁ କିଛିଟା ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରହିବା ନିହାତି ଜରୁରୀ l

– ଦୀର୍ଘଦିନ ଧରି ମଦ୍ୟପାନ କରିବା ଦ୍ୱାରା ହାଡ଼ ଉପରେ ଖରାପ ପ୍ରଭାବ ପଡିଥାଏ l ଏହା ଶରୀରରୁ କ୍ୟାଲସିୟମ କୁ ଅବଶୋସିତ କରିଥାଏ ଓ ହାଡର କ୍ଷମତା କୁ ହ୍ରାସ କରିଦେଇ ଥାଏ l

– ସୋଡ଼ା ଓ ସୁଗାର ଯୁକ୍ତ ଡ୍ରିଂକ୍ସ ଠାରୁ ନିହାତି ଦୁରେଇ ରହିବା ଆବଶ୍ୟକ l  କାହିଁକିନା ଏହିସବୁ ପାନୀୟ ଫସଫରୀକ ଏସିଡ ରେ ଭରପୁର ହୋଇଥାଏ l ଯାହା ଆପଣଙ୍କ ହାଡ଼ରୁ କ୍ୟାଲସିୟମ ନଷ୍ଟ କରିଦେଇଥାଏ l ଯେଉଁ କାରଣରୁ ଆମେ ଖୁବ କମ ବୟସରୁ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡିତ ହୋଇଥାଉ l

– ସାମାନ୍ୟ ମାତ୍ରାରେ କାଫିନ ସେବନ ମଧ୍ୟ ହାଡ଼କୁ ପ୍ରଭାବିତ କରିଥାଏ l  ଅତ୍ୟଧିକ କାଫିନ ସେବନ ମଣିଷ ର ଏନର୍ଜି ନଷ୍ଟ କରିଥାଏ l ତେଣୁ କାଫିନ ଯୁକ୍ତ ପାନୀୟ ଠାରୁ ନିହାତି ଦୁରେଇ ରହିବା ଜରୁରୀ ଅଟେ l

– ପ୍ରୋସେସଡ଼ ଫୁଡ ଯେପରିକି ଫ୍ରଜନ ଫୁଡ ବର୍ଗର, ପିଜା, ଫ୍ରେଞ୍ଚ ଫ୍ରାଏ, ଚିପ୍ସ ଇତ୍ୟାଦି ରେ ପ୍ରିଜର୍ଭଭେଟିବ ଦିଆଯିବା ସହିତ ଅତ୍ୟଧିକ ଲୁଣ ରହିଥାଏ l ଯାହାକି ଶରୀରରୁ କ୍ୟାଲସିୟମ ଅବଶୋସିତ କରିଥାଏ l  ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ ଓ ଆମେ ବିଭିନ୍ନ ହାଡ଼ ଜନିତ ସମସ୍ୟାର ଶିକାର ହୋଇଥାଉ l

– ପ୍ରୋଟିନ ଶରୀର ପାଇଁ ଖୁବ ଆବଶ୍ୟକ ଉପାଦାନ ଅଟେ l ଆମେ ଭେଜିଟେରିଆନ ପ୍ରୋଟିନ ସେବନ କରୁଚୁ ତେବେ ଏହା ହାଡ଼ ପାଇଁ ହିତକର l  କିନ୍ତୁ ଯଦି ଆମେ ନନଭେଜିଟେରିଆନ ପ୍ରୋଟିନ ନିୟମିତ ଖାଉଚୁ ଏହା ହାଡ଼କୁ ପ୍ରଭାବିତ କରିଥାଏ ଏବଂ ହାଡର କ୍ୟାଲସିୟମ କୁ ନଷ୍ଟ କରିଦେଇଥାଏ l

Leave A Reply