ଆମେ ପ୍ରାୟ ଅଧିକାଂଶ ଲୋକଙ୍କୁ ଦେଖିଛେ ଗଭୀର ନିଦ୍ରାରେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିବା l ଏହି ଅଭ୍ୟାସ ଦ୍ୱାରା ଆମେ ଅନ୍ୟର ନିଦ କୁ ଖରାପ କରିଥାଉ l ଗୋଟିଏ ଗବେଷଣା ଅନୁସାରେ ରାତିରେ ଶୋଇବା ସମୟରେ ଯେତେବେଳେ ଆମେ ନିଶ୍ୱାସ ନେଇଥାଉ ଓ ଛାଡ଼ିଥାଉ ଆମ ବେକର ସଫ୍ଟ ଟିସୁ କମ୍ପନ ହୋଇଥାଏ l ଯେଉଁ କାରଣରୁ ଘୁଙ୍ଗୁଡ଼ି ହୋଇଥାଏ l
କୁହାଯାଇଛି ଯେ ଏହି ସଫ୍ଟ ଟିସୁ ଆମର ନାକ ରାସ୍ତା, ଟନ୍ସିଲ ଓ ମୁଖର ଉପରି ଭାଗରେ ରହିଥାଏ l ଯେତେବେଳେ ଆମେ ଶୋଇ ଥାଉ ଆମକୁ ନିଶ୍ୱାସ ନେବା ପାଇଁ ଓ ଛାଡିବା ପାଇଁ ଜୋର ଲଗାଇବାକୁ ପଡିଥାଏ ଯେଉଁ କାରଣରୁ ଏହି ଟିସୁ ଟିରେ କମ୍ପନ ସୃଷ୍ଟି ହୋଇଥାଏ l
ଘୁଙ୍ଗୁଡ଼ି ପାଇଁ ଉପାୟ –
* ଆଲକୋହଲ ଠାରୁ ଦୁରେଇ ରୁହନ୍ତୁ – ଘୁଙ୍ଗୁଡ଼ି ଛାଡିବା ପାଇଁ କିଛିଟା ସଚେତନ ରହିବାକୁ ପଡିବ l ଯଦି ଆପଣ ମଦ ସେବନ କରୁଛନ୍ତି ତେବେ ସେଠାରୁ ଦୁରେଇ ରୁହନ୍ତୁ l କାରଣ ଏହାଦ୍ୱାରା ମାଂସପେଶୀ ଗୁଡିକ ଅଧିକ ରିଲାକ୍ସ ହୋଇ ଯାଇ ଥାଆନ୍ତି ଓ ନିଶ୍ୱାସ ନେବାର ରାସ୍ତା ସଂକୁଚିତ ହୋଇ ଯାଇଥାଏ l ତେଣୁ ଘୁଙ୍ଗୁଡ଼ି ଠାରୁ ଦୁରେଇ ରହିବା ପାଇଁ ମଦ ଠାରୁ ଦୁରେଇ ରୁହନ୍ତୁ l
* ଶୋଇବା ସ୍ଥିତି – ଯେତେବେଳେ ମଧ୍ୟ ଆପଣ ଶୋଉଚନ୍ତି ଅଲଗା ଅଲଗା ପ୍ରକାରରେ ଶୁଆନ୍ତୁ l ଗୋଟିଏ ଅବସ୍ଥାରେ ଶୋଇବା ଦ୍ୱାରା ଘୁଙ୍ଗୁଡ଼ି ଅଧିକ ହୋଇଥାଏ l
* ନାକକୁ ସଫା ରଖନ୍ତୁ – ଆମେ ଶୋଇବା ସମୟରେ ଅଧିକାଂଶ ସମୟ ନାକ ବନ୍ଦ ହୋଇଯାଇ ଘୁଙ୍ଗୁଡ଼ି ଅଧିକ ହେବାର ଦେଖା ଯାଇଥାଏ l ତେଣୁ ନାକ ଯଦି ବନ୍ଦ ରହୁଛି ତେବେ ତାକୁ ସଫା କରି ସୂଅନ୍ତୁ l
* ଓଜନ ସମସ୍ୟା – ଆପଣଙ୍କ ଓଜନ ଅଧିକ ମଧ୍ୟ ଘୁଙ୍ଗୁଡ଼ି ମରିବାର କାରଣ ଅଟେ l ତେଣୁ ଚେଷ୍ଟା କରନ୍ତୁ ଓଜନ ନିୟନ୍ତ୍ରଣ କରିବା ପାଇଁ l