Odisha news

ଦୁନିଆରେ ଅଛି ଗୋଟିଏ ଏମିତି ଦେଶ ଯେଉଁଠି ନାହାନ୍ତି ଗୋଟିଏ ହେଲେ ସାପ

0

ସାପ ନାଁ ଟି ଶୁଣିଲା ମାତ୍ରକେ ମନରେ ଅନେକ ଭୟ ଓ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥାଏ l ଏବଂ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଥାଏ l କିନ୍ତୁ କିଛି ସ୍ଥାନ ମଧ୍ୟ ଏଭଳି ଦୁନିଆରେ ରହିଛି ଯେଉଁଠି ଗୋଟିଏ ହେଲେ ସାପ ମଧ୍ୟ  ନାହାନ୍ତି l  ଆପଣ ଯଦି ଜାଣିବେ ଦୁନିଆରେ ଏଭଳି ଗୋଟିଏ ଦେଶ ରହିଛି ଯେଉଁଠି ଗୋଟିଏ ମଧ୍ୟ ସାପ ନାହାନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିନ୍ତ l  କିନ୍ତୁ ଆପଣଙ୍କୁ ଏହା ମିଥ୍ୟା ଲାଗୁଥିଲେ ମଧ୍ୟ ସତ୍ୟ ଅଟେ l  ଏହି ଦେଶଟିର ନାମ ହେଉଛି ନ୍ୟୁଜିଲ୍ୟାଣ୍ଡ, ଯିଏ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ସାରା ପୃଥିବୀରେ ପ୍ରସିଦ୍ଧ ଅଟେ l  ନ୍ୟୁଜିଲ୍ୟାଣ୍ଡରେ କୌଣସି ସାପ ଦେଖିବାକୁ ମିଳି ନଥାଏ l

ଏପରିକି  ଏଠାରେ ଡେଡ଼ଲୀ ସ୍ପାଇଡର ଓ ଜେଲି ଫୀସହ ଭଳି ଜୀବ ମଧ୍ୟ ଦେଖିବାକୁ ମିଳନ୍ତି ନାହିଁ l  ଏଠାରେ ସିନା ମାଟି ଉପରେ କୌଣସି ସାପ ଦେଖିବାକୁ ମିଳନ୍ତି ନାହିଁ, କିନ୍ତୁ ଏଠାକାର ପାଣିରେ ସାପ ଦେଖିବାକୁ ମିଳି ଥାଆନ୍ତି l ଏହାତ ଥିଲା ସାପର କଥା ଚାଲନ୍ତୁ ଜାଣିବା ଏହି ଦେଶ ବିଷୟରେ ଆଉ କିଛି ରୋଚକ କଥା l ଏହି ଦେଶରେ ମଣିଷଙ୍କ ସଂଖ୍ୟା ତୁଳନାରେ ମେଣ୍ଢାଙ୍କ ସଂଖ୍ୟା ଅଧିକ ଅଟେ l  ଯେଉଁଠି ମଣିଷଙ୍କ ସଂଖ୍ୟା ୫କୋଟି, ସେଠାରେ ମେଣ୍ଢାଙ୍କ ସଂଖ୍ୟା ୩୦ କୋଟି ଅଟେ l ଏହି  ଦେଶର ଲୋକେସନ କିଛି ଏଭଲିକି ଏଠାରେ ପ୍ରାୟ ସମସ୍ତ ଜାଗାରେ ୧୨୦ କିଲୋମିଟର ଅତିକ୍ରମ କଲାପରେ ଆପଣ ସମୁଦ୍ର କୂଳରେ ପହଞ୍ଚି ପାରିବେ l ନ୍ୟୁଜିଲ୍ୟାଣ୍ଡ ବୁଲିବାର ସବୁଠୁ ସୁନ୍ଦର ସମୟ ହେଉଛି ଡିସେମ୍ବର ରୁ ମାର୍ଚ୍ଚ , ଏଠାରେ ସେହି ସମୟରେ ତାପମାତ୍ରା ୧୬ ରୁ ୨୫ ଡିଗ୍ରୀ ସେଲସିୟସ ରହିଥାଏ l ଶୀତଋତୁ ରେ ଏଠାରେ ତାପମାତ୍ରା ୧୦ ଡିଗ୍ରୀ ହୋଇ ଯାଇଥାଏ l

Leave A Reply