Odisha news

୨୦ ଲକ୍ଷ ଟଙ୍କାର ଏକ ଦୁର୍ଲଭ ପ୍ରଜାତିର ସାପ ଉଦ୍ଧାର , ତସ୍କର ଗିରଫ

0

ନୂଆଦିଲ୍ଲୀ : ଲକ୍ଷ୍ମୀ ପୁର ଖିରି ଜିଲ୍ଲାରୁ ମିତୋଲି ଥାନା ଅଂଚଳରେ ପୋଲିସ ସନ୍ଦୀପ ନାମକ ତସ୍କରକୁ ଗିରଫ କରିଛି l ପୋଲିସକୁ ତା ନିକଟରୁ ଗୋଟିଏ ଦ୍ରୁଲଭ ପ୍ରଜାତିର ଦୁଇ ମୁହଁ ବିଶିଷ୍ଟ ସାପ ମିଳିଛି l ସେ ସେହି ସାପକୁ ବିକ୍ରି କରିବାକୁ ଚାହୁଁଥିଲା ,କିନ୍ତୁ ପୋଲିସ ଦ୍ୱାରା ଗିରଫ ହୋଇଗଲା l ପୋଲିସ କୁ ଏହି ସୂଚନା ଏକ ଖବରୀ ଦ୍ୱାରା ମିଳିଥିଲା l ଖବରୀ ସୂଚନା ଦେଇଥିଲା ଯେ ସନ୍ଦୀପ ନାମକ ବ୍ୟକ୍ତି ନିଜ ବ୍ୟାଗରେ ପୁରାଇ ଏହି ଦ୍ରୁଲଭ ପ୍ରଜାତିର ସାପକୁ ବିକ୍ରି କରିବାକୁ ଚାହୁଁଥିଲା l ଏହି ସୂଚନା ଆଧାରରେ ପୋଲିସ ଜାଲ ବିଛାଇଥିଲା ଓ ମଟର ସାଇକେଲ ଓ ସାପ ସହିତ ଗିରଫ କରିଥିଲା l

ପୋଲିସ ବନ୍ୟଜୀବ ଅଧିନିୟମ ଧାରାରେ ମକଦମା ଦର୍ଜ କରିଛି ,ବନବିଭାଗକୁ ଆବଶ୍ୟକ କାର୍ଯ୍ୟନୁଷ୍ଠ ପାଇଁ ସୂଚିତ କରିଛି l ଦୁଇ ମୁହଁ ବିଶିଷ୍ଟ ସାପ ଯାହାକୁ ଆମେ ରେଡସ୍ୟାଣ୍ଡ ବୋଆ ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦ ରୁ ୨୦ ଲକ୍ଷ ଟଙ୍କା ଓ ଅନ୍ତରାଷ୍ଟ୍ରୀୟ ବଜାରରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ରହିଥାଏ l ଏହି ସାପର ମୂଲ୍ୟ ତାର ଓଜନକୁ ନେଇ ନିର୍ଭର କରେ l ଏହି ମାମଲାରେ ପୋଲିସ କହିଛି ଯେ ଆମେ ଖବରୀ ପାଖରୁ ସୂଚନା ପାଇ ସନ୍ଦୀପକୁ ଗିରଫ କରିଥିଲୁ l ସେହି ସମୟରେ ଏହି ତସ୍କର ଗ୍ରାହକକୁ ଅପେକ୍ଷା କରିଥିଲା l

ରେଡ ସ୍ୟାଣ୍ଡ ବୋଆ ଭାରତ ,ପାକିସ୍ତାନ ଓ ଇରାନରେ ମିଳିଥାଏ l ଅନ୍ୟ ସାପ ମାନଙ୍କ ଭଳି ଏହି ସାପ ବିଷାକ୍ତ ଅଟେ l ଏହି ସାପ ମୂଷା ,ପୋକଜୋକ ଓ ଛୋଟଛୋଟ ଯିବା ମାନଙ୍କୁ ଶିକାର କରି ଖାଇଥାଏ l ଏହି ସାପ ବାଲିଆ ମାଟିରେ ରହିବାକୁ ପସନ୍ଦ କରିଥାଏ କାରଣ ବିଶେଷଜ୍ଞ ମାନଙ୍କ ମତରେ ବାଲିଆ ମାଟିରେ ସାପଟି ନିଜକୁ ଲୁଚାଇ ରଖିବା ପାଇଁ ସକ୍ଷମ ହୋଇଥାଏ l

Leave A Reply