Odisha news

ସ୍କିନ କ୍ୟାନ୍ସରର ଏହା ହେଉଛି ପ୍ରାରମ୍ଭିକ ଲକ୍ଷଣ, ଏହିଭଳି ରୁହନ୍ତୁ ସତର୍କ

0

କ୍ୟାନ୍ସର ଯେତେ ପ୍ରକାରର ରହିଛି ସେଥିମଧ୍ୟରୁ ସ୍କିନ କ୍ୟାନ୍ସର ଖୁବ କମନ ଅଟେ l ତା ସହିତ ଏହି କ୍ୟାନ୍ସର ସମ୍ପୂର୍ଣ ଭାବରେ ଠିକ ମଧ୍ୟ ହୋଇଯାଇ ଥାଏ l କିନ୍ତୁ ଏହାକୁ ଠିକ ସମୟରେ ଜାଣି ଚିକିତ୍ସା କରିବା ଆବଶ୍ୟକ, କିନ୍ତୁ ଏହାକୁ ଆମେ ଠିକ ସମୟରେ ଜାଣି ନପାରି ଅସୁବିଧାର ସାମ୍ନା କରିଥାଉ l କାହିଁକି ନା ଆମେମାନେ ନିଜ ଚର୍ମରେ ସାମାନ୍ୟ ଦାଗଟିଏ କୁ ମଧ୍ୟ ଅଧିକାଂଶ ସମୟରେ ଅଣଦେଖା କରିଥାଉ , ଯାହାକି ପରେ ଆମ ପାଇଁ ସ୍କିନ କ୍ୟାନ୍ସର ର କାରଣ ହୋଇଥାଏ l

ନିଜ ସ୍କିନ ର ଏହିସବୁ ଲକ୍ଷଣ କୁ ନଜର ରଖନ୍ତୁ –

– ତ୍ୱଚା ରେ ଅନେକ ଗୁଡିଏ କଳାଯାଇ କିମ୍ବା ଅନ୍ୟ କୌଣସି ଦାଗ ଦେଖାଯିବା l
– କୌଣସି ପୁରୁଣା ଦାଗ କିମ୍ବା ଯାଇ ହଟାତ ବଡ଼ ହୋଇଯିବ l
– ତ୍ୱଚା ରେ କୌଣସି ଦାଗ ଉପରୁ ଚୋପା ଛାଡିବା l
– ତ୍ୱଚାରେ ନାଲି ନାଲି ଦାଗ ଦେଖାଯିବା ଓ ଏହାର ଆକାର ବଢିବା l

ଏହି ସବୁ ସ୍ଥାନରେ ଦେଖା ଯାଇଥାଏ –

– ଗ୍ରୀଷ୍ମ ଋତୁରେ ଆମେମାନେ ସନଶ୍ସ୍କିନ ଆଦୌ ପାଦରେ ଲଗାଇ ନଥାଉ l ଯାହା ସୂର୍ଯ୍ୟଙ୍କ ଅତି ବାଇଗଣୀ ସଂସ୍ପର୍ଶ ରେ ଆସିଥାଏ l ଯେଉଁ କାରଣରୁ ସ୍କିନ କ୍ୟାନ୍ସର ଦେଖା ଯାଇଥାଏ l

– କାନ ର ଅଶ୍ୱପାର୍ଶ୍ଵ ସାଧାରଣ ଭାବରେ ଅଣଦେଖା କରିଥାଉ l କେବଳ ଗାଧୁଆ ସମୟରେ ସଫା କରିଥାଉ , ତେଣୁ ଏହି ସ୍ଥାନଟି କୁ ଦେଖିବା ଉଚିତ l

– ସ୍କିନ କ୍ୟାନ୍ସର ତ୍ୱଚାରୁ ମଧ୍ୟ ଆରମ୍ଭ ହୋଇପାରେ ଯଦି ଆପଣଙ୍କ ଆଖିରେ କୌଣସି ଦାଗ ଅଚାନକ ଦେଖା ଯାଇଥାଏ ତେବେ ଏହା ସ୍କିନ କ୍ୟାନ୍ସର ର କାରଣ ହୋଇଥାଏ l
– ସ୍କିନ କ୍ୟାନ୍ସର ମୁଣ୍ଡର ଚର୍ମ ରେ ମଧ୍ୟ ଦେଖା ଯାଇଥାଏ l ଯଦି କୌଣସି ଦାଗ ଏଭଳି ଦେଖା ଯାଉଛି ତେବେ ସତର୍କ ରୁହନ୍ତୁ l
– ମହିଳା ମାନେ ନିଜ ବ୍ରେଷ୍ଟ ର ତଳ ପାର୍ଶ୍ୱରେ ଚେକ କରିବା ଆବଶ୍ୟକ l

Leave A Reply