ନୂଆଦିଲ୍ଲୀ/ଭୁବନେଶ୍ବର, ୨୦|୦୩- ସଦ୍ୟସମାପ୍ତ ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିକେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା| ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ବିଲ୍ଲୀ ପ୍ରଦେଶ ପ୍ରଭାରୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଯୋଗଦେଇ ରାଲିର ଶୁଭାରମ୍ଭ କରିବା ସହ ଉପସ୍ଥିତ ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀ ମାନଙ୍କୁ ସମ୍ବୋଧିତ କରିଥିଲେ| ପରେ ନିଜେ ଶ୍ରୀଯୁକ୍ତ ପଣ୍ଡା ମଟରସାଇକେଲ ଚଲାଇ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ରାଲିର ଶୁଭାରମ୍ଭ କରିଥିଲେ| ଏହି ରାଲି ବୁରାଡି ନିରଙ୍କାରୀ ପଡିଆରୁ ଆରମ୍ଭ ହୋଇ ଅକ୍ଷରଧାମ ପର୍ଯ୍ୟନ୍ତ ଜାଇଥିଲା|
ଏହି ଅବସରରେ ଶ୍ରୀଯୁକ୍ତ ପଣ୍ଡା ଦିଲ୍ଲୀ ପ୍ରଦେଶରେ ଆଗକୁ ନଗର ନିଗମ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ଦିଲ୍ଲୀରେ ଥିବା ଆମ୍ ଆଦମୀ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଲଢେଇ ଜାରି ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ କାର୍ଜ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ| ଆଜିର ଏହି ସମାବେଶରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଦିଲ୍ଲୀ ପ୍ରଦେଶ ସଭାପତି ଆଦେଶ ଗୁପ୍ତା, ପୂର୍ବତନ ଅଧକ୍ଷ ମନୋଜ ତିୱାରୀ ସହ ଦିଲ୍ଲୀ ପ୍ରଦେଶର କାର୍ଯ୍ୟକର୍ତ୍ତା, ପଦାଧିକାରୀଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ|