Odisha news

ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଜଙ୍ଗଲ ଜମି ପଟ୍ଟା ଦେଲେ ଚାରା ରୋପଣ ରେ ସହଯୋଗ କରିବେ ବନବାସୀ।

0
 ସିନାପାଲି:୨୦/୬-  ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ଉପାନ୍ତ ତଥା ବଣ ପାହାଡ ଘେରା ନଙ୍ଗଲବୋର୍ଡ ବଜାର ପଡିଆ ଠାରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ତିନି ଗୋଟି ଗ୍ରାମ ପଞ୍ଚାୟତ ର ପାରମ୍ପରିକ ବନବାସୀ ମାନଙ୍କୁ ନେଇ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସିନାପାଲି ବ୍ଲକ ସଭାପତି ହନୁରାମ ମାଝି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅନେକ ବିଷୟ ରେ ଆଲୋଚନା କରାଯାଇଥିଲା। ଏଥିରେ ବନବିଭାଗ ବିଭିନ୍ନ ସ୍ଥାନରେ ଚାରା ରୋପଣ କରିବା ପାଇଁ ନର୍ସରୀ କରିଛି ହେଲେ କୌଣସି ଗ୍ରାମରେ ଗ୍ରାମ ସଭା କରା ଯାଇନାହିଁ। ଏପରିକି କେଉଁ ଅଞ୍ଚଳ ରେ କେଉଁ ଚାରା ରୋପଣ କରାଯିବ ତାହା ମଧ୍ୟ କୌଣସି ଜଙ୍ଗଳ କମିଟି କୁ ଜଣାଇ ନାହିଁ। ନିଜର ମନ ଇଚ୍ଛା ଚାରା ରୋପଣ କରିବା ପାଇଁ ତତ୍ପରତା ଦେଖାଉଛି ବନ ବିଭାଗ। ହେଲେ ଆମର ହକ ଅଧିକାର ନ ମିଳିବା ଯାଏଁ ଚାରା ରୋପଣ କାର୍ଯ୍ୟ ରେ ସଂପୂର୍ଣ୍ଣ ଅସହଯୋଗ କରାଯିବ ବୋଲି ବୈଠକ ରେ ନିଷ୍ପତ୍ତି ହୋଇଛି। ନୂଆପଡ଼ା ଜିଲ୍ଲା ର ସିନାପାଲି ଅଞ୍ଚଳ ରେ ଅନେକ ବନବାସୀ ପୁରୁଷାନୁକ୍ରମେ ପାରମ୍ପରିକ ଭାବରେ ଜଙ୍ଗଲ ଜମି ଦଖଲ କରି ଚାଷ ବାସ କରିବା ସହ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଏମାନେ ସରକାରଙ୍କ ନିୟମ ତଥା ନବୀନ ସରକାରଙ୍କ ମୋ ଜଙ୍ଗଲ ଜମି କାର୍ଯ୍ୟକାରୀ କରିବା ପଟେ ବନବାସୀ ମାନେ ବ୍ୟକ୍ତିଗତ, ଗୋଷ୍ଠିଗତ ଓ ଗୋଷ୍ଠି ଗତ ସମ୍ବଲ୍ ଅଧିକାର ପାଇଁ ଆବେଦନ ଫର୍ମ ଦାଖଲ କରି ସାରିଛନ୍ତି। ଏଥି ପାଇଁ ଆବଶ୍ୟକୀୟ ପ୍ରମାଣ ପତ୍ର ମଧ୍ୟ ଦାଖଲ କରିଛନ୍ତି। ହେଲେ ଗତ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଆବେଦନକାରୀ ମାନଙ୍କ ଯାଞ୍ଚ ପ୍ରକ୍ରିୟା ସମାପ୍ତ କରି ପଟ୍ଟା ପ୍ରଦାନ କରିବା ପାଇଁ ସରକାରୀ ସ୍ତର ରେ ନିର୍ଦ୍ଦେଶ ରହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ନୂତନ ବନବାସୀ ଙ୍କୁ ପଟ୍ଟା ପ୍ରଦାନ କରାଯାଇ ନ ଥିବା ବେଳେ ମିଳିତ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇ ନାହିଁ। ଯାହା ଫଳରେ ବନବାସୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇବା ସହ ବର୍ତ୍ତମାନ ଚାରା ରୋପଣ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ନିଷ୍ପତି ନିଆଯାଇଛି। ପ୍ରକାଶ ଯୋଗ୍ୟ ଯେ, ସିନାପାଲି ବ୍ଲକ ର ୨୨ ଗୋଟି ଗ୍ରାମ ପଞ୍ଚାୟତ ରେ ବହୁଲ ଭାବରେ ଜଙ୍ଗଲ ଜମି କୁ ଦଖଲ କରି ଚାଷ ବାସ କରି ପରିବାର ପ୍ରତିପୋଷଣ କରିଥାନ୍ତି। ସେଥି ମଧ୍ୟରୁ କିଛି ଆଦିବାସୀ ମାନଙ୍କୁ ପଟ୍ଟା ପ୍ରଦାନ କରଯାଇଛି। ଆଜି ପର୍ଯ୍ୟନ୍ତ କୌଣସି ଅଣ ଆଦିବାସୀ ଙ୍କୁ ପଟ୍ଟା ପ୍ରଦାନ କରାଯାଇ ନାହିଁ। ଯାହା ଅନ୍ୟ ରାଜ୍ୟ ଓ ଓଡ଼ିଶା ର କିଛି ଜିଲ୍ଲା ର ବନବାସୀ ମାନଙ୍କୁ ପଟ୍ଟା ଦିଅ ଯାଇଛି। ହେଲେ ଗୋଟିଏ ରାଜ୍ଯ ରେ ଏଭଳି ପାତରଅନ୍ତର କାହିଁକି ବୋଲି ଆଜିର ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା। ଯେଉଁ ପର୍ଯ୍ୟନ୍ତ ଗୋଷ୍ଠିଗତ,ବ୍ୟକ୍ତିଗତ ଓ ଗୋଷ୍ଠି ସମ୍ବଳ ଅଧିକାର ପ୍ରଦାନ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଚାରା ରୋପଣ କାର୍ଯ୍ୟରେ ଅସହଯୋଗ କରାଯିବ ବୋଲି ମତ ପ୍ରକାଶ ପାଇଛି। ଆଜିର ବୈଠକ ରେ ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ ଆବାହକ ମେଘନାଦ ଖର୍ସେଲ, ଶୁଭ୍ରାଂଶୁ କୁମାର ନାଏକ , ଲକ୍ଷ୍ମଣ ମାଝି, ବୁଟୁରାମ ମାଝି, ରୂପଧର ମାଝି, ଅମର ସିଂ ମାଝି, ଟୋପଚନ ମଝୀ, ଖିରସିଂ ମାଝି, ଅମର ସିଂ ଚିନ୍ଦା, ବୁଧୁରାମ ମାଝି, ବଲମତ ମାଝି , ଭବାନୀ ନାଗେଶ, ଡିଙ୍ଗର ମାଝି ସମେତ ଅନେକ ଉପସ୍ଥିତ ରହିଥିଲେ। ବନବାସୀ ମାନଙ୍କୁ ଥଇଥାନ ଓ ତାଙ୍କର ହକ ଅଧିକାର ପାଇଁ ସରକାର ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରୀ କରଯାଇଛି।ହେଲେ ଏହି ନିୟମ ର କାର୍ଯ୍ୟକାରିତା ହେବାର ଏତେ ଦିନ ପରେ ମଧ୍ୟ ବନବାସୀ ମାନେ ନିଜର ହକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଏମାନଙ୍କ ନ୍ୟାଯ୍ୟ ଦାବି କେବେ ପୂରଣ ହେବ ତାକୁ ଅନାଇ ବସିଛନ୍ତି ବନବାସୀ।
Leave A Reply