Odisha news

ଅଗ୍ନିକାଣ୍ଡରେ ୯ଗୋରୁ ଜୀବନ୍ତ ଦଗ୍ଧ , ୩ଗୋରୁ ଅର୍ଦ୍ଧ ଦଗ୍ଧ

0

ସିମୁଳିଆ : ଗତକାଲି ବିଳମ୍ବିତ ରାତିରେ ଗୁହାଳ ଘରେ ଅଗ୍ନିକାଣ୍ଡ ଘଟି ୯ଗୋରୁ ପୋଡି ହୋଇ ମରିଯିବା ସହ ୩ଟି ଗୋରୁ ଅଧାପୋଡା ହୋଇ ଚିକିତ୍ସିତ ହେଉଥିବାର ଜଣାଯାଇଛି । ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକ ଅନ୍ତର୍ଗତ ଇଶ୍ୱରପୁର ପଞ୍ଚାୟତର ଜାଗୁଳାଇପୁର ଗ୍ରାମର ରାଧାକାନ୍ତ ବେହେରା ପ୍ରତିଦିନ ଭଳି ଶନିବାର ରାତିରେ ଗୋରୁ ଗୁହାଳରେ ଗୋରୁଙ୍କୁ ଖାଇବାକୁ ଦେଇ ଗୁହାଳ ଘର କବାଟ ବନ୍ଦ କରିଦେଇ ଆସିଥିଲେ । ମାତ୍ର ସକାଳେ ଦେଖିବାକୁ ବେଳକୁ ଗୁହାଳ ଘରଟି ପୋଡି ହୋଇଯାଇଛି । ସଙ୍ଗେ ସଙ୍ଗେ ଅଡା ଦମକଳକୁ ଫୋନ କରିଥିଲେ । ଖବର ପାଇ ଅଡା ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ।

ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ୯ଟି ଗୋରୁ ପୋଡି ଯାଇଥିବାବେଳେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ୩ଟି ଗୋରୁକ ଉଦ୍ଧାର କରିଥିଲେ । ପୋଡି ହୋଇଥିବା ୩ଟି ଗୋରୁଙ୍କୁ ଅବସ୍ଥା ଅଧିକ ଗୁରୁତର ହୋଇଥିବାରୁ ମାର୍କୋଣା ପଶୁ ଡାକ୍ତର ଡ.ଅକ୍ଷୟ କୁମାର ମହାଳିକ,ସୁଦିପ୍ତ ଶତପଥି,କୃଷ୍ନ ଚନ୍ଦ୍ର ବେହେରା,ନାରାୟଣ ବେହେରା ପ୍ରମୁଖ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା କରୁଥିବାର ଜଣାଯାଇଛି । ଅନ୍ୟପକ୍ଷରେ ଅଗ୍ନିକାଣ୍ଡରେ ଗୋରୁମାଲିକ ରାଧାକାନ୍ତଙ୍କର ଆର୍ଥôକ ଅବସ୍ଥା ଦୋହଲିଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ସମାଜସେବୀ ସର୍ବେଶ୍ୱର ବେହେରା କ୍ଷତି ପୂରଣ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି

Leave A Reply