Odisha news

ଶିବସେନା ପକ୍ଷରୁ କୁହାଯାଇଛି ଯେ ଭଗବାନ ରାମଙ୍କ ଆଶୀର୍ବାଦରୁ ଦୂରହେବ କରୋନା

0

ନୂଆଦିଲ୍ଲୀ : ଅଯୋଧ୍ୟାରେ ଭୂମିପୂଜନ କାର୍ଯ୍ୟକ୍ରମକୁ ଆଖିଆଗରେ ରଖି ଶିବସେନା ପକ୍ଷରୁ କୁହାଯାଇଛି ଯେ ଭଗବାନ ରାମଙ୍କ ଆଶୀର୍ବାଦରୁ ଦେଶରୁ କରୋନା ସଙ୍କଟ ଦୁରେଇ ଯିବ l ଶିବସେନା ନିଜର ମୁଖପାତ୍ର ସମ୍ପାଦକୀୟରେ କହିଛି ଯେ ରାମମନ୍ଦିର ନିର୍ମାଣରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଲାଲକୃଷ୍ଣ ଅlଡ଼ବାଣି ଓ ମୁରଲୀ ମନୋହର ଯୋଶୀଙ୍କ ପରି ଦିଗଜ ଅଧକ୍ଷ ମାନଙ୍କ ପାଖରେ ଆମେ ଚିର ଋଣୀ l

ଦେଶର ଦିଗଜ ନେତା ଆଡ଼ବାଣି ଓ ମୁରଲୀ ମନୋହର ଯୋଶୀ ପ୍ରଭୃତି ଦିଲ୍ଲୀରୁ ଭିଡିଓ କନ୍ଫରେସିଂ ଜରିଆରେ ସମାରୋହ କୁ ଉଭ୍ଭଓଗ କରିଥିଲେ l ସେମାନେ ରାମମନ୍ଦିର ନିର୍ମାଣ ପାଇଁ ସୁନାର ସ୍ବପ୍ନ ଦେଖିଥିଲେ l ଅଧିକ ବୟସ ହେତୁ କରୋନା ସଂକ୍ରମଣ  ଯୋଗୁ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥିଲେ l ଶିବସେନା ପକ୍ଷରୁ କୁହାଯାଇଛି ଯେ ଅଯୋଧ୍ୟାର ସୁରକ୍ଷା ବ୍ୟବସ୍ତା ଦାଇତ୍ୱ ଗୃହମନ୍ତ୍ରାଳୟ ପାଖରେ ଥିଲା l କିନ୍ତୁ ଦୁର୍ଭାଗ୍ୟ ବଶତଃ ଗୃହମନ୍ତ୍ରୀ ଅମିତ ସାହା କରୋନା ପଜିଟିଭି ବାହାରିବାରୁ ଏହି କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ,ରାଷ୍ଟ୍ରୀୟ ସ୍ୱୟଂ ସେବକ ପ୍ରମୁଖ ,ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ରହିଥିଲେ l

Leave A Reply