Odisha news

ଆଜି ହେଉଛି ପବିତ୍ର ମହାଶିବରାତ୍ରି : କରନ୍ତୁ ଏହି ୫ଟି ଦିବ୍ୟ ମନ୍ତ୍ର ପାଠ , ଦୂର ହୋଇଯିବ ଜୀବନର ସମସ୍ତ ସଙ୍କଟ

0

ଆଜି ହେଉଛି ପବିତ୍ର ମହାଶିବରାତ୍ରି, ଏହା ହିନ୍ଦୁ ଧର୍ମର ପ୍ରମୁଖ ପୂଜା ମାନଙ୍କ ମଧ୍ୟରୁ ଗୋଟିଏ l ଏହିଦିନ ଶୈବପୀଠ ଗୁଡିକରେ ଶିବ ଭକ୍ତଙ୍କର ବେଶ ଭିଡ଼ ହୋଇଥାଏ l ମାନ୍ୟତା ଅନୁସାରେ ଏହିଦିନ ମହାଦେବ ନିଜ ଭକ୍ତ ମାନଙ୍କର ସମସ୍ତ ବାଂଛିତ ଇଛା ପୂରଣ କରି ଥାଆନ୍ତି l ଚଳିତ ଥର ଶିବ ରାତ୍ରିରେ ଘଟୁଛି କିଛି ବିଶେଷ ଯୋଗ, ତେଣୁ ଏହିଦିନ କିଛିଟା ବିଶେଷ ମନ୍ତ୍ରପାଠ ଦ୍ୱାରା ମହାଦେବ ଙ୍କୁ ସନ୍ତୁଷ୍ଟ କରି ସମସ୍ତ ସଙ୍କଟ ରୁ ମୁକ୍ତି ପାଇପାରିବା l

୫ଟି ଦିବ୍ୟ ମନ୍ତ୍ର –
* ମାନସିକ ଶାନ୍ତି ପାଇଁ ମନ୍ତ୍ର –
ଯେଉଁ ବ୍ୟକ୍ତି ମହାଶିବରାତ୍ରି ଦିନ ମହାଦେବ ଙ୍କ ମୂଳମନ୍ତ୍ର ଜପ କରିଥାଏ, ସେ ସମସ୍ତ ପ୍ରକାର ସୁଖ ପ୍ରାପ୍ତି କରିଥାଏ l ଏହାଛଡା ମାନସିକ ଶାନ୍ତି ମଧ୍ୟ ମିଳିଥାଏ l ଏହିଦିନ ଶିବ ଲିଙ୍ଗରେ ଜଳାଭିଷେକ କରିବା ସମୟରେ ମହାଦେବ ଙ୍କ ମୂଳ ମନ୍ତ୍ର ପାଠ କରିବା ଜରୁରୀ l ତେଣୁ ଏହିଦିନ ୧୦୮ ଥର ‘ଓଂ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ l ଏହା ଆପଣଙ୍କୁ ମାନସିକ ସ୍ତରରେ ଶାନ୍ତି ଦେବ ଓ ଜୀବନ ର ସମସ୍ତ ବାଧାବିଘ୍ନ ଦୂର କରିବ l

* ଏକାଗ୍ରତା ପାଇଁ ମନ୍ତ୍ର –
ମହାଶିବରାତ୍ରି ରେ ଯେଉଁ ବ୍ୟକ୍ତି ଭଗବାନ ଶିବ ଙ୍କର ଧ୍ୟାନ ମନ୍ତ୍ର କୁ ୧୧ ଥର ଜପ କରିଥାଏ, ତାର ଏକାଗ୍ରତା ବୃଦ୍ଧି ହୋଇଥାଏ ଏବଂ ସେ ସମସ୍ତ ନିର୍ଣ୍ଣୟ ନେବା ପାଇଁ ସକ୍ଷମ ହୋଇଥାଏ l ଧ୍ୟାନ ମନ୍ତ୍ର ହେଲା ‘ ଧ୍ୟାୟେ ନିତ୍ୟଂ ମହେସଙ୍ଗ ରଜତଗିରୀନିଭଂ ଚାରୁଚନ୍ଦ୍ରା ବତଂସଂ , ରତାକଳ୍ପଜ୍ୱଲାଙ୍ଗ ପରଶୁମୃଗବରା ଭିତି ହସ୍ତଂ ପ୍ରସନ୍ନମ , ପଦ୍ମାସିନଂ ସମଂତାତ ସ୍ତୁତତମମରଗଣଇବ୍ୟାଘ୍ରକୃତିଙ୍ଗ ବସାନଂ l ‘

* ସମସ୍ୟାରୁ ମୁକ୍ତି ପାଇବା ପାଇଁ –
ଯଦି ଆପଣ ମହାଶିବରାତ୍ରି ଦିନ ଭଗବାନ ଶିବ ଙ୍କ ନାମାଵାଲୀ ମନ୍ତ୍ର ଜପ କରିବେ ତେବେ ଜୀବନ ରେ ଦେଖା ଦେଉଥିବା ସମସ୍ତ ସମସ୍ତ ସମସ୍ୟା ରୁ ମୁକ୍ତି ପାଇବେ l ‘ ଶିବ ନାମାବଳୀ ମନ୍ତ୍ର -‘ଶ୍ରୀ ଶିବାୟ ନମଃ, ଶ୍ରୀ ଶଂକରାୟ ନମଃ, ଶ୍ରୀ ମହେଶ୍ବରାୟ ନମଃ, ଶ୍ରୀ ଶାମ୍ବସଦାଶିବାୟ ନମଃ, ଶ୍ରୀ ରୁଦ୍ରାୟ ନମଃ, ଓଁ ପାର୍ବତୀ ପତୟେ ନମଃ, ଓମ ନମୋ ନୀଳକଣ୍ଠlୟେ ନମଃ ‘ l

* ସମସ୍ତ କଷ୍ଟ ଦୂର ପାଇଁ ମନ୍ତ୍ର –
ଯଦି ଆପଣ ସମସ୍ତ କଷ୍ଟ ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ମହାଶିବରାତ୍ରି ରେ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ l ‘ ଓଂ ତ୍ର୍ୟମ୍ବକଂ ୟଜାମହେ ସୁଗନ୍ଧିଙ୍ଗ ପୁଷ୍ଟିଵର୍ଧନଂ , ଉର୍ବlରୁକମିବ ବଂଧାନାତ ମୃଢ୍ୟର୍ମୁକ୍ଷୀୟ ମାମୃତାତ ‘ l

* ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ –
ଯେଉଁ ଜାତକ ରେ କାଳସର୍ପ ଦୋଷ, ପିତୃ ଦୋଷ କିମ୍ବା ରାହୁ ସମ୍ବନ୍ଧିତ କୌଣସି ଦୋଷ ରହିଥାଏ, ସେମାନେ ପ୍ରତିଦିନ ମହାଦେବ ଙ୍କର ଗାୟତ୍ରୀ ମନ୍ତ୍ର ଜପ କରିବା ଜରୁରୀ l ‘ ଓଂ ତତ୍ପୁରୁଷlୟ ଵିଦମହେ ମହାଦେବାୟ ଧିମହୀ ତନୋ ରୁଦ୍ର ପ୍ରଚୋଦୟାତ ‘ l

Leave A Reply