ହିନ୍ଦୁ ଧର୍ମରେ ଆଷାଢ଼ ମାସ ସୋମବାର ମହତ୍ୱ :ଏହିଭଳି କରନ୍ତୁ ମହାଦେବଙ୍କୁ ପ୍ରସନ୍ନ , ବିବାହ ରେ ଆସୁଥିବା ବାଧାବିଘ୍ନ ଦୂର ହେବ
ହିନ୍ଦୁ ଧର୍ମରେ ସୋମବାର ଦିନଟି ମହତ୍ଵପୁର୍ଣ ଅଟେ, ଏହିଦିନ ଟି ଭୋଳାନାଥ ମହାଦେବ ଙ୍କୁ ସମର୍ପିତ ଅଟେ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ମହାଦେବ ଙ୍କୁ ନିଷ୍ଠା ଭାବରେ ଓ ଏକାଗ୍ରତା ଭାବରେ ପୂଜାର୍ଚନା କରିଥାଏ ତାର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ମାନ୍ୟତା ରହିଛି ଯେ ଶ୍ରାବଣ ମାସ ଛଡା ଆଷାଢ଼ ମାସରେ ମଧ୍ୟ ମହାଦେବ ଙ୍କୁ ବିଧିବିଧାନ ଭାବରେ ପୂଜାର୍ଚନା କରିବା ଦ୍ୱାରା ଜିବନର ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ l
ମାନ୍ୟତା ଅନୁସାରେ ଯଦି ବିବାହ ସମ୍ବନ୍ଧିତ ଅସୁବିଧା ଦେଖା ଦେଉଛି ତେବେ ଆଷାଢ଼ ମାସ ସୋମବାର ଦିନ ମହାଦେବ ଙ୍କ ନିକଟରେ ଜଳ ତର୍ପଣ କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଥାଏ ଏବଂ ମହାଦେବ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ l
* ଦାମ୍ପତ୍ୟ ଜୀବନ ର ସୁଖ ସମୃଦ୍ଧି ପାଇଁ –
ଯଦି ବୈବାହିକ ଜୀବନ ରେ ଅସୁବିଧାର ସମୁଖୀନ ହେଉଛନ୍ତି ତେବେ ଆଷାଢ଼ ମାସର ଷୋମବାର ଦିନ ମହାଦେବ ଙ୍କୁ ଜଳରେ ମହୁ ସହିତ ରାଶି ମିଶାଇ ଅର୍ପଣ କରନ୍ତୁ l ଏବଂ ଶିବ ପଞ୍ଚାକ୍ଷରୀ ପାଠ କରନ୍ତୁ l ଏହା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ କରାଇଥାଏ l
* ଆଷାଢ଼ ମାସ ଷୋମବାର ଦିନ ଯଦି ଅବିବାହିତା କନ୍ୟା ଓ ପୁରୁଷ ବ୍ରତ ରଖି ଥାଆନ୍ତି , ତେବେ ବିବାହ ରେ ଆସୁଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ l ଆଷାଢ଼ ମାସ ସୋମବାର ଦିନ ଭୋଳାନାଥ ଓ ପାର୍ବତୀ ଙ୍କୁ ବେଲପତ୍ର ସହିତ ନାଲି ପୁଷ୍ପ ଅର୍ପଣ କରନ୍ତୁ l ଏହାଛଡା ଷଣ୍ଢ କୁ ଖାଇବାକୁ ଦିଅନ୍ତୁ l
* ଯଦି ଘରେ ସର୍ବଦା ରୋଗ , ଭୟ , ଦୁଃଖ ଏବଂ କଷ୍ଟ ଦେଖା ଦେଉଛି ତେବେ ଆଷାଢ଼ ମାସ ଷୋମବାର ରେ ଗୋଟିଏ ପାତ୍ର ରେ କିଛିଟା ଚାଉଳ ସହିତ ଦୁବ କୁ ନେଇ ନନ୍ଦୀ ଙ୍କୁ ଅର୍ପଣ କରନ୍ତୁ ଏବଂ ନିଜ ମନର ଇଛା କୁହନ୍ତୁ ସମସ୍ତ ବିଘ୍ନ ଦୂର ହୋଇଯିବ l