Odisha news

ଯେଉଁଠି ଇଂଜିନିୟର ଫେଲ ମାରିଲେ ସେଠାରେ ମୁସ୍ଲିମ ମିସ୍ତ୍ରୀ ସ୍ଥାପନା କଲେ ଦେଢ଼ ଟନର ଶିବଲିଙ୍ଗ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମନ୍ଦସୋର ରେ ବିଶ୍ୱ ପ୍ରସିଦ୍ଧ ଅଷ୍ଟମୂଖୀ ଭଗବାନ ପଶୁପତିନାଥ ମହାଦେବଙ୍କ ମନ୍ଦିର ରହିଛି l ଏଠାରେ ସହସ୍ରେସ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନା କରାଯାଉଛି  l ଏହି ଶିବଲିଙ୍ଗର ଗୋଲେଇ ଓ ଲମ୍ବ ୬.୫୦ ଫୁଟ ବୋଲି କୁହାଯାଉଛି l ଶିବଙ୍କର ଏହି ନୂଆ ସ୍ୱରୂପ କୁ କ୍ରେନ ସାହାଯ୍ୟରେ ସ୍ଥାପନା କରାଯିବାର ଥିଲା l ଏଥିପାଇଁ କ୍ରେନ ର ସାହାଯ୍ୟ ମଧ୍ୟ ନିଆଁ ଯିବାର ଥିଲା l

ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମସ୍ତ PWD ଇଂଜିନିୟର ମାନଙ୍କୁ ଡକା ଗଲା l କିନ୍ତୁ କେହି ହେଲେ ମଧ୍ୟ କହି ପାରିଲେ ନାହିଁ ଶିବଲିଙ୍ଗ ଟିକୁ କିପରି ଏହାର ବ୍ୟାସାର୍ଧ ମଧ୍ୟରେ ଓଲ୍ହା ଯିବ l ଏହାପରେ ଏହି ଶିବଲିଙ୍ଗ କୁ ମନ୍ଦିରରେ ସ୍ଥାପନା କରିବାର ଦାୟିତ୍ୱ ଜଣେ ମୁସ୍ଲିମ ମିସ୍ତ୍ରୀ ଙ୍କୁ ଦିଆଗଲା l ଯେଉଁଠି ଏତେ ବଡ ବଡ ଇଂଜିନିୟର ମାନେ ହାର ମାନିଯାଇଥିଲେ ସେହି ସ୍ଥାନରେ ସେଠାରେ କାମ କରୁଥିବା ଜଣେ ମୁସଲମାନ ମିସ୍ତ୍ରୀ ମାକବୂଲ ଆନସାରୀ କହିଥିଲେ ଯେ ସେ ଏହି କାମ ରେ ସାହାଯ୍ୟ କରିବେ l

ଏହାପରେ ମାକବୂଲ ଇଂଜିନିୟର ମାନଙ୍କୁ ଗୋଟିଏ ଆଇଡ଼ିଆ ଦେଇଥିଲେ ଯେ ଯଦି ବରଫ ଉପରେ ଶିବଲିଙ୍ଗ କୁ ରଖାଯିବ ତେବେ ବରଫଟି ତରଳିବା ସହିତ ଧୀରେ ଧୀରେ ଶିବଲିଙ୍ଗଟି ମଧ୍ୟ ଜଳାଧାରୀ ମଧ୍ୟକୁ ଚାଲିଯିବ l ମକବୂଲଙ୍କ ର ଏହି ଆଇଡ଼ିଆ କୁ ସମସ୍ତେ ପସନ୍ଦ କରିଥିଲେ ଓ ଏହାପରେ ବରଫ ମଗାଇ ତାହାକୁ ଗୋଲାକାର ଆକାରରେ କାଟି ତା ଉପରେ ଶିବଲିଙ୍ଗ ରଖା ଯାଇଥିଲା l ଦେଖିବାକୁ ମିଳିଥିଲା ଯେ ଯେମିତି ବରଫ ତରଳି ତରଳି ଗଲା ଶିବଲିଙ୍ଗ ନିଜ ସ୍ଥାନ ନେଇ ଚାଲିଲା l ମକବୂଲ ଗରିବ ଥିବା କାରଣରୁ କେବେ ସ୍କୁଲ ଯାଇ ନଥିଲେ l ସେ ସାଉଦି ଆରବରେ ୮ବର୍ଷ ମିସ୍ତ୍ରୀ ଭାବରେ କାମ କରି ସାରିଛନ୍ତି l ତାଙ୍କ ଯୋଗୁଁ ସହସ୍ରେସ୍ୱର ସ୍ଥାପନା ହୋଇ ପାରିଲେ l ଏହି ଶିବଲିଙ୍ଗକୁ ୧୫୦୦ ବର୍ଷ ପୂର୍ବରୁ ଦଶପୁର ହୋଲକର ସମ୍ରାଟ ଙ୍କ ସମୟରେ ଲାଇମ ସ୍ୟାଣ୍ଡ ଷ୍ଟୋନ ରେ ତିଆରି କରାଯାଇ ଥିଲା l

Leave A Reply