Odisha news

କାର୍ତ୍ତିକ ମାସ ସୋମବାରରେ ଏହିପରି କରନ୍ତୁ ଶିବଙ୍କ ପୂଜା : ଧନ ଧାନ୍ୟରେ ପୁରୀ ରହିବ ସଂସାର

0

କାର୍ତିକ ମାସରେ ଷୋମବାର ଦିନ ଭଗବାନ ଶିବଙ୍କର ବ୍ରତ ଓ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l ମାନ୍ୟତା ରହିଛି ଯେ ଏହି ଦିନ ଭୋଳାନାଥଙ୍କ ଆରାଧନା କରିବା ଦ୍ୱାରା ଧନପ୍ରାପ୍ତି ହୋଇଥାଏ l ଯଦି ଆପଣ କାର୍ତିକ ମାସ ସୋମବାରରେ ଭଗବାନ ଶିବଙ୍କୁ ପ୍ରସନ କରିବାକୁ ଚାହୁଁଛନ୍ତି ତେବେ ଭୋନାଥଙ୍କ ପୂଜା ଅବଶ୍ୟ କରନ୍ତୁ l ପୌରାଣିକ ମାନ୍ୟତା ଅନୁସାରେ ସୋମବାର ଦିନ ଭଗବାନ ଶିବଙ୍କର ପୂଜା କରିବା ଦ୍ୱାରା ଅପାର ଶକ୍ତି ମିଳିଥାଏ ,ଏହା ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ l

ଖାସ କରି କାର୍ତିକ ମାସର ସୋମବାର ବ୍ରତର ବିଶେଷ ମହତ୍ୱ ରହିଛି l ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦିନ ଶୁଭ ଅଟେ l ପୌରାଣିକ ମତ ଅନୁସାରେ କାର୍ତିକ ମାସ ସୋମବାର ଦିନ ଶିବଙ୍କର ପୂଜା କରିବା ଦ୍ୱାରା ଶାରୀରିକ ରୋଗ ,ପାରିବାରିକ କଳହ ଓ ଅର୍ଥ ଅବସ୍ତା ଖରାପ ହେବାରୁ ମୁକ୍ତି ମିଳିଥାଏ l

କାର୍ତିକ ସୋମବାରରେ ଏପରି କରନ୍ତୁ ଶିବଙ୍କ ପୂଜା -କାର୍ତିକ ସୋମବାର ଦିନ ସାନ୍ନ କରିବା ପରେ ଯେକୌଣସି ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗକୁ କ୍ଷୀରରେ ସ୍ନାନ କରନ୍ତୁ l ଏହାପରେ ଚନ୍ଦନ ,ଚାଉଳ ,ବେଲପତ୍ର ,ଗୁଆ ,ଦୁଦୁରା ଫୁଲ ଛାଡ଼ନ୍ତୁ l ଏହାପରେ ଶିବ ଚାଳିଶା ପାଠକରି ଦୀପ ଅର୍ପଣ କରନ୍ତୁ l ଏହି ଦିନ ଆପଣ ପିଆଜ ରସୁଣ ଯୁକ୍ତ ଖାଦ୍ୟ ପରିତ୍ୟାଗ କରନ୍ତୁ l ଯଦି ଚାହୁଁଛନ୍ତି ତେବେ ଅର୍ଣ୍ଣ ଗ୍ରହଣ କରନ୍ତୁ ନଚେତ ଫଳ ଏହାର କରି ଶିବଙ୍କୁ ସ୍ମରଣ କରି ରୁହନ୍ତୁ l ଆପଣ ଶିବଙ୍କୁ ଶାନ୍ତି ଓ ଭକ୍ତିରେ ଆରାଧନା କରି ପାରିବେ l

ଭୁଲରେ ବି ଏହି କାମ କରନ୍ତୁ ନାହିଁ -ଧ୍ୟାନ ରଖନ୍ତୁ ଯେ ସୋମବାର ଦିନ ଭୁଲରେ ବି ଶିବଙ୍କୁ ହଳଦୀ ଅର୍ପଣ କରନ୍ତୁ ନାହିଁ l କାରଣ ସୋମବାରରେ ଶିବଙ୍କୁ ହଳଦୀ ଅର୍ପଣ କରାଯାଏ ନାହିଁ l ସୋମବାର  ଦିନ ଗୁରୁଜନ ମାନଙ୍କୁ କଷ୍ଟ ହେଲା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ l କାରଣ ଏହା ଦ୍ୱାରା ଶିବଙ୍କ କୃପା ମିଳି ନଥାଏ l ସାନମାନଙ୍କ ପ୍ରତି ସ୍ନେହ ଓ ସମଭାବନା ରଖନ୍ତୁ l ଏହି କଥା ଗୁଡିକ ଉପରେ ଦୟାନ ଦେଲେ ଶିବ ସନ୍ତୁଷ୍ଟ ହେବେ l

Leave A Reply