Odisha news

ନିଆରା ଚାକିରୀ : କେବଳ ଦେଖିବାକୁ ପଡିବ ଆଡଲ୍ଟ ଭିଡିଓ, ମିଳୁଛି ଆକର୍ଷଣୀୟ ଦରମା ,୨ଦିନ ରେ ଆବେଦନ କରିଛନ୍ତି ୩୧ ହଜାର ବ୍ୟକ୍ତି

0

ନୂଆଦିଲ୍ଲୀ : ଗୋଟିଏ କମ୍ପାନୀରେ ନିକଟରେ ଜବ ଭ୍ୟାକେନସି ବାହାରିଥିଲା , ଏହି ଠାରେ କାମ ହେଉଛି କେବଳ ପର୍ଣ୍ଣ ଭିଡିଓ ଦେଖିବା ଓ ରିଭ୍ୟୁ କରିବା l ମାତ୍ର ୨ଦିନ ରେ ଏହି କମ୍ପାନୀକୁ ୩୧ ହଜାର ଲୋକ ଆବେଦନ କରିଛନ୍ତି l କିନ୍ତୁ ଏହି କମ୍ପାନୀରେ କାମ କରିବା ପାଇଁ କିଛିଟା ସର୍ତ ରହିଛି l ଏହି କମ୍ପାନୀର ନାମ ହେଉଛି bedbible ଅଟେ l ଏହି କମ୍ପାନୀ ଆଡଲ୍ଟ ପ୍ରଡକ୍ଟ ରିଭ୍ୟୁ ଉପଲବ୍ଧ କରୁଛି l

‘ଦ ସନ’ ର ଗୋଟିଏ ରିପୋର୍ଟ ଅନୁସାରେ ଆମେରିକୀୟ କମ୍ପାନୀ bedbible ଯେଉଁ ପଦବୀ ପାଇଁ ଚାକିରୀ ବାହାରିଛି, ସେହି ପଦବୀ ରେ ଜଏନ କରୁଥିବା ବ୍ୟକ୍ତି ପର୍ଣ୍ଣ ଭିଡିଓ ର ରିଭ୍ୟୁ କରିବେ l କମ୍ପାନୀ ଚୟନ ହୋଇଥିବା ବ୍ୟକ୍ତି ମାନଙ୍କ ସହିତ ସର୍ବଦା ସମ୍ପର୍କ ରେ ରହିବ l ଅର୍ଥାତ ଏହି ଭିଡିଓ ର ଅବଧି ମେଲ ଫିମେଲ ରେସିୟୋ, ବାଳ ର ରଙ୍ଗ, କେଉଁ ଭାଷା ଏହି ସମସ୍ତ ଡାଟା ର ବିସ୍ତୃତ ବିବରଣୀ କୁ ନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡିବ l

ଦରମା ଓ ସର୍ତ୍ତ –
ଏହି ଚାକିରୀରେ ଗୋଟିଏ ଘଣ୍ଟାକୁ ପ୍ରାୟ ୧୫୦୦ ଟଙ୍କା ଦରମା l କିନ୍ତୁ ୫୦ ଘଣ୍ଟା କୁ ମିଳିବ ୭୫ ହଜାର ଟଙ୍କା ଦରମା l ଯେଉଁ ବ୍ୟକ୍ତିଙ୍କର ବୟସ ସୀମା ୨୧ ବର୍ଷ କିମ୍ବା ତହିଁରୁ ଅଧିକ ସେମାନେ ଆବେଦନ କରି ପାରିବେ l ଏହି ଚାକିରୀ ପାଇଁ ବିଶ୍ୱର ଯେ କୌଣସି ସ୍ଥାନର ବ୍ୟକ୍ତି ଆବେଦନ କରି ପାରିବେ l

Leave A Reply