ଶେର ସିଂହ ରାଣା ଏହି ନାଁ ଟି ସହିତ ଆମେ କେହି ପରିଚିତ ନୁହେଁ , କିନ୍ତୁ ଏହି ନାମ ଟିରେ ସେହିଭଳି କିଛି ବିଶେଷତା ରହିଛି ଯାହାକି ଆଫଗାନିସ୍ତାନ ରୁ ନେଇ ଭାରତ ପର୍ଯ୍ୟନ୍ତ ହୋଇଥିଲା ଚର୍ଚା l ଭାବିଲେ ଥରେ ଦେଖି ଜେଲ୍ ଭିତରେ ବନ୍ଦ ହୋଇ ରହିଥିବା ଜଣେ କଏଦୀକେବେ କଣ ଦେଶ ପାଇଁ କିଛି କରିବା ପାଇଁ ଚିନ୍ତା କରି ପାରିବ ? ହଁ ଆଜ୍ଞା ଏହା କରି ଦେଖାଇଛନ୍ତି ଶେର ସିଂ ରାଣା , ଯିଏକି ହତ୍ୟା ମାମଲାରେ ଦଣ୍ଡିତ ହୋଇ ଜେଲ ରେ ବନ୍ଦ ଥିବା ଜଣେ କଏଦୀ l
ସମାଜବାଦୀ ପାର୍ଟି ର ସାଂସଦ ଫୁଲନ ଦେବୀ ଙ୍କୁ ଦିଲ୍ଲୀ ରେ ଗୁଳି କରି ହତ୍ୟା କରାଯାଇଥିଲା, ଏହି ହତ୍ୟାର ଆରୋପ ପଙ୍କଜ ସିଂ ଓରଫ ଶେର ସିଂ ରାଣା ଉପରେ ଲାଗିଥିଲା, ଏବଂ ଏହି ମାମଲା ରେ ତାଙ୍କୁ ଗିରଫ ମଧ୍ୟ କରାଗଲା, ଫୁଲନ ଦେବୀ ସେହି ମହିଳା ଯିଏକି ଜଣେ ଡକାୟତ ରୁ ଜୀବନ ଆରମ୍ଭ କରି ଜଣେ ରାଜନେତା ରେ ପହଞ୍ଚିଥିଲେ l
ଶେର ସିଂ ରାଣା ମଇ ୧୭ , ୧୯୭୬ ଉତ୍ତରାଖଣ୍ଡ ର ରୁଡ଼କୀ ରେ ରହୁଥିବା ଗୋଟିଏ ରାଜପୁତ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ l ପେସାରେ ଶେର ସିଂ ରାଣା ଜଣେ ରାଜନୀତିଜ୍ଞ ଅଟନ୍ତି l ସେ ରାଷ୍ଟ୍ରବାଦୀ ଜନଲୋକ ପାର୍ଟି ଅର୍ଥାତ ଆର ଜେ ପି ସହିତ ଜଡିତ l ସେ ଫୁଲନ ଦେବୀ ସାଂସଦ ଥିବା ସମୟ ରେ ଦିଲ୍ଲୀ ରେ ତାଙ୍କ ବାସଭବନ ସମୁଖରେ ତାଙ୍କୁ ହତ୍ୟା କରିଥିଲେ ଶେର ସିଂ ରାଣା ଏବଂ ଗିରଫ ହେବା ପରେ ସେ କୋର୍ଟ ରେ ନିଜ ଭୁଲ ସ୍ୱୀକାର କରିଥିଲେ l
ଏବଂ ସେ କୋର୍ଟ ରେ କହିଥିଲେ ଯେ ଫୁଲନ ଦେବୀ ଡାକୁ ଥିବା ସମୟ ରେ ତାଙ୍କ ରାଜପୁତ ଜାତିର ୨୨ ଜଣଙ୍କୁ ହତ୍ୟା କରିଥିଲେ , ଏବଂ ଏହାର ପ୍ରତିଶୋଧ ରେ ୨୫ ଜୁଲାଇ ୨୦୦୧ ରେ ଫୁଲନ ଦେବୀ ଙ୍କୁ ହତ୍ୟା କରିଥିଲେ l ଶେର ସିଂ ରାଣା ସେତେବେଳେ ଚର୍ଚା ରେ ଆସିଲେ ଯେତେବେଳେ ସେ ଜଣେ ବନ୍ଧୁଙ୍କ ସହାୟତା ରେ ତିହାର ଜେଲ୍ ରୁ ଖସି ପଳାଇବାରେ ସକ୍ଷମ ହେଲେ l
ଦିନ ଥିଲା ୧୭ ଫେବୃଆରୀ ୨୦୦୪ , ଶେର ସିଂ ରାଣା ଙ୍କ ବନ୍ଧୁ ଜଣେ ପୋଲିସ କର୍ମୀ ବେଶରେ ହରିଦ୍ୱାର କୋର୍ଟ ନେବାର ନାଟକ କରିଥିଲେ ଓ ଭଗେଇ ଦେଇଥିଲେ, ଏହାପରେ ଶେର ସିଂ ରାଣା ନିଜ ପରିବାର ନିକଟରୁ ୧ଲକ୍ଷ ଟଙ୍କା ନେଇ ସଞ୍ଜୟ ଗୁପ୍ତl ନାମରେ ଗୋଟିଏ ନକଲି ପାସପୋର୍ଟ ତିଆରି କରିଥିଲେ, ଏବଂ ବଙ୍ଗଳାଦେଶ ପଳାଇ ଯାଇଥିଲେ, ସେଠାରେ ସେ ଗୋଟିଏ ବିଶ୍ୱବିଦ୍ୟାଳୟ ରେ ଛାତ୍ର ଭାବରେ ଶିକ୍ଷା ଗ୍ରହଣ କରିଥିଲେ l ସ୍ଟୁଡେଣ୍ଟ ଭିସା ରେ ଆଫଗାନିସ୍ତାନ ଯାଇଥିଲେ l ଏହି ସମୟରେ ପୋଲିସ ଟ୍ରlକ ରୁ ଦୂରରେ ରହିବା ପାଇଁ ସ୍ୟାଟଲଇଟି ଫୋନ ର ବ୍ୟବହାର କରୁଥିଲେ l
କନ୍ଧାହାର ବିମାନ ଅପହରଣ ମାମଲାରେ ତତ୍କାଳୀନ ବିଦେଶ ମନ୍ତ୍ରୀ ଯଶବନ୍ତ ସିଂ ଆଫଗାନିସ୍ତାନ ଯାଇଥିବା ସମୟ ରେ ସେଠାକାର ସରକାର ଙ୍କ ପାଖରୁ ପୃଥିବୀ ରାଜ ଚୌହାନ ଙ୍କ ସମାଧି ବିଷୟରେ ଶୁଣିଥିଲେ ଯାହାକି ଆଫଗାନିସ୍ତାନ ରେ ଥିଲା , ଏବଂ ସେହି ସମୟ ରେ ଏହା ଭାରତ ର ଗଣମାଧ୍ୟମ ରେ ଖୁବ ଚର୍ଚା ହୋଇଥିଲା l ଆଫଗାନି ମାନେ ମହମଦ ଘୋରୀ ର ସମାଧି କୁ ଯିବା ପୂର୍ବରୁ ପୃଥିବୀ ରାଜ ଚୌହାନ ଙ୍କ ସମାଧି ଉପରେ ଛେପ ପକାଇ ଚପଲ ରେ ମାରି ଯାଉଥିଲେ l ସେତେବେଳେ ସାଧାରଣ ଲୋକଙ୍କ ଠାରୁ ନେଇ ନେତା ମନ୍ତ୍ରୀ ସମସ୍ତେ ପୃଥିବୀ ରାଜ ଚୌହାନ ଙ୍କ ଅସ୍ଥି ଆଣିବା ପାଇଁ ସରକାର ଙ୍କ ନିକଟରେ ଦାବି କରିଥିଲେ l କିନ୍ତୁ ପ୍ରୟାସ କେହି କରିନଥିଲେ l
ଏହି ସମୟ ରେ ଶେର ସିଂ ରାଣା ତାଲିବାନୀ ଙ୍କ ଗଡରେ ୩ମାସ ମାସ ରହିଥିଲେ ଓ ଗଜନୀ ରେ ପୃଥିବୀ ରାଜ ଚୌହାନ ଙ୍କ ସମାଧି ଖୋଜି ଥିଲେ, ଏବଂ ଶେଷରେ ପୃଥିବୀ ରାଜ ଚୌହାନ ଙ୍କ ସମାଧି ମଧ୍ୟ ପାଇଥିଲେ, ସେହି ସମୟ ରେ ସେ ନିଜ ଆକ୍ଷିରେ ପୃଥିବୀ ରାଜ ଚୌହାନ ଙ୍କ ସମାଧୀର ଅପମାନ ମଧ୍ୟ ଦେଖି ନିଜ କ୍ୟାମେରାରେ ରେକର୍ଡିଙ୍ଗ କରିଥିଲେ l
ଏହାପରେ ଆସିଥିଲା ସେହିଦିନ ରାତି ଯେଉଁଦିନ ଶେର ସିଂ ରାଣା ପୃଥିବୀ ରାଜ ଚୌହାନ ଙ୍କ ସମାଧି ଖୋଳି ସମ୍ମାନ ର ସହିତ ସେଥିରୁ ଅସ୍ଥି ବାହାର କରିଥିଲେ , ଏହି ସମସ୍ତ ଘଟଣା ର ଭିଡିଓ ମଧ୍ୟ ସେ ପ୍ରସ୍ତୁତ କରିଥିଲେ l ଯାହାଦ୍ୱାରା ସେ ସମସ୍ତ ଘଟଣାର ପ୍ରମାଣ ଦେଇପାରିବେ l
୨୦୦୬ ରେ ତାଙ୍କୁ କଲିକତା ରୁ ଗିରଫ କରାଗଲା, ସେହି ସମୟରେ ତାଙ୍କୁ ଆଫଗାନିସ୍ତାନ ରୁ ପୃଥିବୀ ରାଜ ଚୌହାନ ଙ୍କ ସମାଧି ରୁ ଅସ୍ତି ଆଣିବା ମାମଲାରେ ସମ୍ମାନିତ କରାଯାଉଥିଲା l ଯେଉଁ ଲୋକଙ୍କ ପାଇଁ ସେ ଜଣେ ଦୋଷୀ ଥିଲେ, ସେହି ଲୋକ ତାଙ୍କର ପ୍ରଶଂସା କରୁଥିଲେ l ଅଗଷ୍ଟ ୧୪ ତାରିଖ ୨୦୧୪ ରେ ତାଙ୍କୁ ଆଜୀବନ କାରାବାସ ସହିତ ୧ଲକ୍ଷ ଟଙ୍କାର ଜୋରିମାନା ଶୁଣା ଗଲା, ଏବଂ ସେ ସେହି ଜେଲ ରେ ରହି ଜେଲ୍ ଡାଏରୀ ତିହାର ରୁ କାବୁଲ କନ୍ଧାହାର ଲେଖିଥିଲେ l ନିଜ ମାଙ୍କ ସାହାଯ୍ୟ ରେ ପୃଥିବୀ ରାଜ ଚୌହାନ ଙ୍କ ନାମରେ ଗୋଟିଏ ମନ୍ଦିର ତିଆରି କରି ସେଥିରେ ତାଙ୍କ ଅସ୍ଥି କୁ ସ୍ଥାପନ କରାଯାଇଥିଲା l