ଶ୍ରୀ ଶଶି ଶେଖର ମହାନ୍ତି ସିଆଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଓ ଶ୍ରୀ ପ୍ରଦୀପ୍ତ ମହାନ୍ତି ଉପାଧ୍ୟକ୍ଷ ଭାବେ ନିର୍ବାଚିତ
ଶ୍ରୀ ଶଶି ଶେଖର ମହାନ୍ତି ବର୍ତମାନ ଏସାର୍ ମିନ୍ମେଟ୍ ଲିମିଟେଡ୍ର ସିଇଓ ଓ ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଏସାର ମିନ୍ମେଟ୍ ଲିମିଟେଡ୍ ହେଉଛି ପ୍ରଶାନ୍ତ ରୁଇୟାଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ଏସାର୍ ଗ୍ରୁପ୍ର ଏକ ଅଂଶ । ଶ୍ରୀ ମହାନ୍ତିଙ୍କ ଇସ୍ପାତ ଶିଳ୍ପରେ ଦୀର୍ଘ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ଏବଂ ଅତୀତରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହି କାର୍ଯ୍ୟ କରିଛନ୍ତି । ଶ୍ରୀ ପ୍ରଦୀପ୍ତ ମହାନ୍ତି ସୁରେନ୍ଦ୍ର ମାଇନିଂ ପ୍ରାଇଭେଟ୍ ଲିମିଟେଡ୍ (ଏସ୍ଏନ୍ଏମ୍ ଗ୍ରୁପ୍)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।