ବାରିପଦା : ବାରିପଦା ସହରର ଏକ ସୋରୁମ୍ରୁ ଜଣେ ଗ୍ରାହକ ୬୨ହଜାରଟଙ୍କାର ଖୁଚୁରା ପଇସା ଦେଇ ଏକ ସ୍କୁଟି କିଣିଥିବା ଅଭିନ୍ନବ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ବାରିପଦା ସହରର ବିକାଶ ନାମକ ଜଣେ ଗ୍ରାହକ ପାଖାପାଖି ୧୫ବର୍ଷ ଧରି ଖୁଚୁରା ପଇସା ଜମା କରିଆସୁଥିଲେ । ତେବେ ସେ ଏହି ଖୁଚୁରା ପଇସାରେ ଏକ ସ୍କୁଟି ନେବେ ବୋଲି ମନମନାଇଥିଲେ ।
ତେଣୁ ସେ ଆଜି ବାରିପଦା ସହରର ଏକ ସୋରୁମ୍କୁ ଗାଡି କିଣିବାକୁ ଆସିଥିବାବେଳେ ସେ ତାଙ୍କ ସାଙ୍ଗରେ ଏହି ଖୁଚୁରା ପଇସା ନେଇ ସୋରୁମ୍କୁ ଆସିଥିଲେ । ଏହାପରେ ସେ ଏହି ସୋରୁମ୍ର ମାଲିକଙ୍କ ସହ ଏ ବିଷୟରେ କଥା ହୋଇଥିବାବେଳେ ସୋରୁମ୍ରୁ ଏକ ନୂତନ ସ୍କୁଟି ପସନ୍ଦ କରିବା ସହ ୬୨ହଜାରଟଙ୍କାର ଖୁଚୁରା ପଇସା ଦେଇଥିଲେ ଏବଂ ଏହି ଖୁଚୁରା ପଇସା ଗଣିବାରେ ଦୋକନାର ସବୁ କର୍ମଚାରୀ ଲାଗିପଡିଥିବା ଦେଖିବାକୁ ମିଳିଥିଲା । ତେବେ ବିକାଶ ଏହି ଖୁଚୁରା ପଇସାରେ ଗାଡି କିଣି ବହୁତ ଖସି ଥିବା କହିଛନ୍ତି ।