Odisha news

ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବ ପାଇଁ ମେଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୩ ଛାତ୍ର!

ଚଳିତ ୨୦୨୦-୨୧ ଶିକ୍ଷା ବର୍ଷରେ କରୋନା ପାଇଁ ପୂର୍ବ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମୂଲ୍ୟାୟନ କରିଥିଲେ ବୋର୍ଡ କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ ଯେ ଯେଉଁ ଛାତ୍ରଛାତ୍ରୀ ଏହି ମାର୍କକୁ ନେଇ ଅସନ୍ତୋଷ ରହିବେ ସେମାନେ ପରୀକ୍ଷା ଦେଇପାରିବେ ବୋଲି ଘୋଷଣା କରିଥିଲେ। ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ପୂରଣ ମଧ୍ୟ ହେଇଥିଲା।ବିଡମ୍ବନାର ବିଷୟ ଏହା ଯେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ପର୍ଲା ଏ ପି ଦାସ ଉଚ୍ଚ ବିଦ୍ୟାଳୟର କର୍ତ୍ତୃପକ୍ଷ ଙ୍କ ଖାମ ଖିଆଲି ମନୋଭାବ ପାଇଁ ଆଜି ୩ ଜଣ ଛାତ୍ର ଯଥାକ୍ରମେ ମୋହିତ ବୋଡକିଆ,ଥଣ ସୁନ୍ଦର ମଶ୍ରା,ଟିକେ ମଣି ସୁନାନୀଙ୍କ ଭବିଷ୍ୟତ ଅନ୍ଧାର ହେଇ ଯାଇଛି।ସେମାନେ ଫର୍ମ ପୂରଣ ପାଇଁ ବିଦ୍ୟାଳୟକୁ ଦେଇଥିଲେ କିନ୍ତୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ପାଇଁ ଫର୍ମ ପୂରଣ ହେଲା ନାହିଁ,ଏଣୁ ଏଡମିଟ କାର୍ଡ ଆସିନାହିଁ।ଏହି ଘଟଣାକୁ ନେଇ ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ଅଭିଭାବକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି।ଏ ଖବର ଜାଣିବା ପରେ ଛାତ୍ର ମାନେ ଏକ ପ୍ରକାର ମାନଶିକ ଚିନ୍ତାରେ ଅଛନ୍ତି।ଏ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ କାର୍ଯ୍ୟନୁଷ୍ଠାନ ଆରମ୍ଭ ହେଇ ଯାଇଛି ବୋଲି ସୂଚନା ଦେଇଛନ୍ତି, ସ୍କୁଲ କର୍ତ୍ତୃପକ୍ଷଙ୍କ ଏ ଭଳି ଏକ ଦାୟିତ୍ୱ ହୀନତା ତଥା ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଥିବା ପାଇଁ କିଭଳି ଜିଲ୍ଲା ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ଦେଖିବାକୁ ବାକି ରହିଲା।।

Shares