କୋଦଳା : ୧୪ ଦିନର ସଂଘରୋଧ ଅବଧି ସରିବା ପରେ ନିଜ ଘରକୁ ଫେରିଛନ୍ତି ପ୍ରବାସୀ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କଞ୍ଚଣା ସଂଗରୋଧ ଗୃହରୁ ମୋଟ ୫୧ ଜଣ ଅନ୍ତେବାସୀ ୧୪ ଦିନ ରହିବା ପରେ ଘରକୁ ଫେରିଛନ୍ତି।ଗତ ୧୩ ତାରିଖରେ ୨ଟି ବସରେ ଆସିଥିବା ୫୧ ଜଣ ପ୍ରବାସୀଙ୍କୁ କଞ୍ଚଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଂଘରୋଧ ଗୃହରେ ରଖାଯାଇଥିଲା ।
୧୪ ଦିନର ଅବଧି ସରିବା ପରେ ସମସ୍ତଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରମାଣପତ୍ର ଦେଇ ନିଜ ଘରକୁ ଛଡାଯାଇଥିଲା ।ଦାନପୁର, ନାଇକାଣୀପଲ୍ଲୀ, ବାରସର, ବାଦପଲୀ, ଖଜାପଲ୍ଲୀ, ଭିକାପଡା, ଆଇତିପୁର, କୋମଣ୍ଡ ପ୍ରଭୃତି ପଞ୍ଚାୟତର ପ୍ରବାସୀ ମାନେ ନିଜର ସଂଘରୋଧ ସାରି ଫେରିଥିବା ବେଳେ ଘରେ ସେମାନେ ଆଉ ୭ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।
ସମସ୍ତ ପ୍ରବାସୀ ମାନେ ଫେରିବା ବେଳେ ସରପଞ୍ଚ ଚିତ୍ରସେନ ଘୋଷକୁଂ ପ୍ରଶଂସା କରିବା ସହ ସବୁ ପ୍ରବାସୀ ମାନେ ସରପଞ୍ଚଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶଂସା କରିଥିଲେ। ସରପଞ୍ଚ ସମସ୍ତଙ୍କୁ ପୁଷ୍ପ ବୃଷ୍ଟି କରି ବିଦାୟ ଦେଇଥିଲେ। ୧୪ ଦିନ ଧରି ସମସ୍ତଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସମୟରେ ପାଖରେ ଉପସ୍ଥିତ ରହି ସହଯୋଗ କରିଆସିଥିବାରୁ ସରପଞ୍ଚଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ସବୁଦିନ ପାଇଁ ମନେ ରଖିବୁ ବୋଲି ପ୍ରବାସୀ ମାନେ ପ୍ରକାଶ କରିଥିଲେ ।ଏହି ଅବସରରେ ସରପଞ୍ଚଙ୍କ ସମେତ ନୋଡ଼ାଲ ଅଫିସର ବିଶ୍ବନାଥ ବେହେରା, ଆସିଷ୍ଟାଣ୍ଟ ନୋଡ଼ାଲ ଅଫିସର ପ୍ରକାଶ ଚନ୍ଦ୍ର ପାହାନ, ନିରାକାର ଘୋଷ, ମାଧବ ଡାକୁଆ ପ୍ରମୁଖ ଉପସ୍ଥିତ ଥିଲେ।