ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ସାରା ଅଲି ଖାଁ “ଏନ୍ସିବି” କାର୍ଯ୍ୟାଳୟରେ ରେ ହାଜର ହେଲେ
ନୂଆଦିଲ୍ଲୀ: ବଲିଉଡ୍ ଡ୍ରଗ୍ ମାମଲାରେ ପଚରାଉଚୁରାର ସମ୍ମୁଖୀନ ହେବା ଲାଗି ଆଜି ମୁମ୍ବାଇର କୋଲାବା ଅଞ୍ଚଳରେ ଚାଲିଥିବା ‘ନେକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) କାର୍ଯ୍ୟାଳୟରେ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର ଓ ସାରା ଅଲି ଖାଁ ହାଜର ହୋଇଛନ୍ତି।
ଦୀପିକା ଆଜି ୯. ୪୫ରେ ‘ଏନ୍ସିବି’ କାର୍ଯ୍ୟାଳୟରେ ହାଜର ହୋଇଥିବା ବେଳେ ଶ୍ରଦ୍ଧା ମଧ୍ୟାହ୍ନ ପୂର୍ବରୁ ହାଜର ହୋଇଥିଲେ। ସେହିପରି ମଧ୍ୟାହ୍ନ ପରେ ସାରା ମଧ୍ୟ ‘ଏନ୍ସିବି’ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।

ସମ୍ପ୍ରତି ଦୀପିକାଙ୍କୁ ପଚରାଉଚୁରା କରାଯାଉଛି। ତାଙ୍କ ମ୍ୟାନେଜର୍ କରିଶ୍ମା ପ୍ରକାଶ ମଧ୍ୟ ‘ଏନ୍ସିବି’ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ଗତକାଲି ପଚରାଉଚୁରା କରାଯାଇଥିଲେ ବି, ଅଧିକ ପଚରାଉଚୁରା ଲାଗି ଆଜି ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା। ଅଭିନେତ୍ରୀ ଦୀପିକା ଓ ମ୍ୟାନେଜର୍ କରିଶ୍ମା ମଧ୍ୟରେ ହୋଇଥିବା ଏକ ହ୍ବାଟ୍ସଆପ୍ ଚାଟ୍ ତଦନ୍ତ ଏଜେନ୍ସି ପାଇଛି। ଏହା ୨୦୧୭ର ଏବଂ ଏଥିରେ ସେମାନେ ନିଶାଦ୍ରବ୍ୟ କଥା ଆଲୋଚନା କରିଥିଲେ।

ଏଥିପାଇଁ ମୁମ୍ବାଇ ପୁଲିସ ‘ଏନ୍ସିବି’ ଅଫିସ ବାହାରେ ଯଥେଷ୍ଟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିଛି।