ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଅପ୍ରେଲ ୧୪ ତାରିଖ ଅନୁଷ୍ଠିତ ହେବ। ଏହିଦିନ ଓଡ଼ିଆ ନବ ବର୍ଷ ମଧ୍ୟ ପାଳିତ ହେବ । ଏହା ଓଡ଼ିଶାର ଗୋଟିଏ ପୁରୁଣା ପରମ୍ପରା, ଯାହାକୁ ନେଇ ଓଡ଼ିଆ ଜାତି ଗର୍ବିତ ଅନୁଭବ କରିଥାଏ । ମହାବିଷୁବ ସଂକ୍ରାନ୍ତିରେ ମହାଦେବ ଓ ବିଷ୍ଣୁ ଙ୍କୁ ପୂଜା କରାଯାଏ । ଶାସ୍ତ୍ର ର ମାନ୍ୟତା ଅନୁସାରେ ଏହିଦିନ ଯିଏ କେହିବି ବିଷ୍ଣୁ ମନ୍ଦିର ରେ ବିଷ୍ଣୁ ସହସ୍ର ନାମ ପାଠ କରିଥାଏ ତାକୁ ସାତ ଜନ୍ମର ପାପରୁ ମୁକ୍ତି ମିଳିଥାଏ ।
କରନ୍ତୁ ଏହି ୭ଟି ଉପାୟ ମିଳିବ ମାତା ଲକ୍ଷ୍ମୀଙ୍କ କୃପା
୧) ମହାବିଷୁବ ସଂକ୍ରାନ୍ତିରେ ସକାଳୁ ଉଠି ଶୌଚ ହୋଇ ବିଷ୍ଣୁ ଓ ମହାଦେବ ଙ୍କ ନିକଟରେ ଗଙ୍ଗା ଜଳ ରେ ଅର୍ଘ୍ୟ ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ରୋଗ, ଦୁଃଖ ଓ ରୁ ମୁକ୍ତି ମିଳିଥାଏ ଏବଂ ଜୀବନ ସୁଖମୟ ହୋଇଥାଏ ।
୨) ନାରୀ ମାନେ ଏହିଦିନ ଉଭୟ ଶକ୍ତି ଓ ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଓ ସ୍ବାମୀ ମାନେ ଭାଗ୍ୟଶାଳୀ ହୋଇ ଥାଆନ୍ତି। ମାନ୍ୟତା ଅନୁସାରେ ଏକତ୍ରିତ ଲକ୍ଷ୍ମୀ ଓ ଶକ୍ତିଙ୍କୁ ପୂଜା କରିବା ଶୁଭ ଅଟେ।
୩) ମହାଦେବଙ୍କ ନିକଟରେ ବେଲ ପତ୍ର ଓ ରକ୍ତ ଚନ୍ଦନ ମହାବିଷୁବ ସଂକ୍ରାନ୍ତି ରେ ଅର୍ପଣ କରିବା ଦ୍ୱାରା ଜୀବନର ସମସ୍ତ ସମସ୍ୟା ଦୂର ହେବା ସହ ଶିବଙ୍କ କୃପା ଲାଭ ହୋଇଥାଏ । ଯେଉଁ କାରଣରୁ ଜୀବନ ର ସମସ୍ତ ଯନ୍ତ୍ରଣା ଦୁର ହୋଇଥାଏ ।
୪) ମହାବିଷୁବ ସଂକ୍ରାନ୍ତି ଉଭୟ ଶୈବ ଓ ବିଷ୍ଣୁ ଉପାସକ ଙ୍କ ପାଇଁ ଉଦ୍ଧିଷ୍ଟ । ତେଣୁ ଏହିଦିନ ରୁଦ୍ରାଭିସେକ କରିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ଏହାଛଡା ମୃତ୍ୟୁ ପରେ ବୈକୁଣ୍ଠ ଲୋକରେ ସ୍ଥାନ ମିଳିଥାଏ ।
୫ ) ଋଣ ଭାରରୁ ମୁକ୍ତି ପାଇବା ପାଇଁ ଏହିଦିନ ମହାଦେବ ଙ୍କୁ ଜଳ ଲାଗି କରିବା ସହ ଶିବ ଚାଳିଶା ପାଠ କରନ୍ତୁ । ଏହାପରେ ଷଣ୍ଢ ଙ୍କୁ ମହାଦେବ ଙ୍କ ପ୍ରସାଦ ସେବନ କରାନ୍ତୁ ।
୬) ମହାବିଷୁବ ସଂକ୍ରାନ୍ତି ହେଉଛି ବିଷ୍ଣୁ ଙ୍କ ପୂଜା ତେଣୁ ଏହି ଦିନ ବିଷ୍ଣୁ ଙ୍କ ସହିତ ଲକ୍ଷ୍ମୀ ଙ୍କ ନିକଟ ରେ ପଣା ଅର୍ପଣ କରନ୍ତୁ । ଏପରି କରିବା ଦ୍ବାରା ଧନର ଅଭାବ ରୁହେ ନାହିଁ । ଏହା ସହିତ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
୭) ମହାବିଷୁବ ସଂକ୍ରାନ୍ତି ରେ ବିଶେଷ ଯୋଗ ଘରୁ ଥିବା କାରଣରୁ ଏହିଦିନ ଦାନ ଧର୍ମର ବିଶେଷ ମହତ୍ତ୍ଵ ରହିଛି । ତେଣୁ ଭକ୍ତ ମାନେ ମହାଦେବ ଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇ ଶିବ ପଞ୍ଚାକ୍ଷରୀ ପାଠ କରନ୍ତୁ । ଏହାଦ୍ବାରା ଜୀବନ ର ସମସ୍ତ ବାଧା ବିଘ୍ନ ଦୁର ହେବ ଓ ଧନ ପ୍ରାପ୍ତି ହେବ ।