ଭାରତ ଗୋଟିଏ ବିଭିନ୍ନ ଭାଷା ଭାଷୀ ଓ ଧର୍ମର ରାଷ୍ଟ୍ର l ଯେଉଁଠି ପ୍ରାୟ ସମସ୍ତ ପର୍ବପର୍ବାଣିକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ କରାଯାଏ l ଭାରତରେ ସମୁଦାୟ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ପ୍ରଦେଶ ରହିଛି l ସମସ୍ତ ରାଜ୍ୟର କିଛିଟା ବିଶେଷ ମହତ୍ୱ ରହିଛି,ବିଶେଷ କରି ହିନ୍ଦୁ ଧର୍ମରେ ସଂକ୍ରାନ୍ତିର ଅନେକ ମହତ୍ୱ ରହିଛି l ଓଡ଼ିଶାରେ ସେହିଭଳି ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ l ସମସ୍ତ ପର୍ବର ବିଶେଷ ମହତ୍ୱ ରହିଛି ,ସେଥି ମଧ୍ୟରୁ ଗୋଟିଏ ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି l ଏହି ଦିନଟି ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ l ମହାବିଷୁବ ସଂକ୍ରାନ୍ତି ଚୈତ୍ର ମାସରେ ପାଳନ କରାଯାଇଥାଏ l
ମହାବିଷୁବ ସଂକ୍ରାନ୍ତିର କଣ ରହିଛି ମହତ୍ୱ –
ଏହି ଦିନ ଆମର ଓଡ଼ିଆ ପଞ୍ଜିକା ପୂଜା କରାଯାଇ ପ୍ରଚଳିତ ହୁଏ l ଏହିଦିନ ମଧ୍ୟ ହନୁମାନ ଜୟନ୍ତୀ ଅଟେ ,ତେଣୁ ଶିବାଳୟ ସହିତ ହନୁମାନ ମନ୍ଦିରରେ ମଧ୍ୟ ବିଶେଷ ପୂଜା ଆରାଧନା କରାଯାଇଥାଏ l ଏହିଦିନଟିକୁ ଗାଁ ରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପାଳିତ ହୁଏ ,ପୁରପଲ୍ଲୀରେ ବିଭିନ୍ନ ମେଳା ଲାଗିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରାଯାଏ l ଆଜିର ଆଧୁନିକ ଯୁଗରେ ମଧ୍ୟ ଏହି ଉତ୍ସବର ମହତ୍ୱ ରହିଛି l ଏହିଦିନ ପ୍ରତେକ ହିନ୍ଦୁ ପରିବାର ନିଜ ଘର ଅଗଣାର ତୁଳସୀ ଚଉରା ନିକଟରେ ବିଶେଷ ପୂଜା ବିଧି କରିଥାନ୍ତି l
ମହାବିଷୁବ ସଂକ୍ରାନ୍ତି ଦିନ ତୁଳସୀ ଚଉରା ରେ ଠେକି ବସାଯାଇଥାଏ l ତେଣୁ ଏହାକୁ ଠେକି ବସା ସଂକ୍ରାନ୍ତି ବୋଲି କୁହାଯାଏ l ଏହି ଦିନଟିକୁ ମଧ୍ୟ ସୌର ବର୍ଷର ପ୍ରଥମ ଦିନ ବୋଲି କୁହାଯାଏ l ଗୋଟିଏ ମାଟି ଠେକିର ତଳେ କଣା କରାଯାଏ ଓ ସ୍ୱତନ୍ତ୍ର ପୂଜା କରାଯାଇ ଠେକି ଟିକୁ ଚଉରା ଉପରେ ଟଙ୍ଗା ଯାଇ ସେଥିରେ ପାଣି ଢଳାଯାଏ l ଏହାପରେ ବିଭିନ୍ନ ପ୍ରକାରର ଫଳମୂଳ ସହ ଓ ଦହି କ୍ଷୀର ଛେନା ବୁଟ ଛତୁଆ,ବେଲ ଇତ୍ୟାଦି ମିଶାଯାଇ ପଣା ପ୍ରସ୍ତୁତ କରାଯାଏ l ଏହି ସମୟରେ ଦଣ୍ଡ ଯାତ୍ରା ,ହିଙ୍ଗୁଳା ଯାତ୍ରା ,ଉଦୟ ଯାତ୍ରା ଇତ୍ୟାଦି ଓଡ଼ିଶାର ବିଭିନ୍ନ ଅଂଚଳରେ ପାଳିତ ହୁଏ l
ଓଡିଶା ସହିତ ଅନ୍ୟ ରାଜ୍ୟରେ ମହତ୍ୱ –
ଭାରତ ବର୍ଷରେ କେବଳ ଓଡ଼ିଶାରେ ନୁହେଁ ପଞ୍ଜାବ ରାଜ୍ୟରେ ଏହି ଦିନକୁ ବୈଶାଖୀ ଭାବରେ ପାଳନ କରନ୍ତି ,ଆସାମ ରାଜ୍ୟରେ ବିହୁ ଭାବରେ ପାଳିତ ହୁଏ , ମିଥିଳାରେ ଏହିଦିନ ଜୁଆର ଶୀତଳ ଭାବରେ ପାଳିତ ହୁଏ ,ଏହିଦିନ ବଙ୍ଗଳା ନବବର୍ଷ ମଧ୍ୟ ଅଟେ ,କର୍ଣ୍ଣାଟକର ବିଶୁ ପରବl ,କେରଳରେ ବିଷୁ ଓ ତାମିଲ ନାଡ଼ୁରେ ପଂଥଡୁ ପର୍ବ ପାଳନ କରାଯାଏ l ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଅପ୍ରେଲ ମାସ ୧୪ ତାରିଖରେ ଅନୁଷ୍ଠିତ ହେଉଛି l