ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଓ ଶନିବାର ଦିନ ଟି ସଙ୍କଟମୋଚନ ହନୁମାନଙ୍କୁ ସମର୍ପିତ ଅଟେ l ମାନ୍ୟତା ଅନୁସାରେ ଶନିବାର ଦିନ ଯଦି ହନୁମାନଙ୍କୁ ପୂଜା କରାଯାଇଥାଏ ତେବେ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ l ଏବଂ ହନୁମାନଙ୍କ କୃପା ଘର ପରିବାର ଉପରେ ରହିଥାଏ l
– ପ୍ରତି ଶନିବାର ସଂକଟମୋଚନ ହନୁମାନଙ୍କ ନିକଟରେ ‘ମହାବଳlୟ ବିରାୟ ଚିରଞ୍ଜୀବୀନ ଉଦ୍ୟତେ, ହାରୀଣେ ବଜ୍ର ଦେହlୟ ଚୋଲଂ ଗିଧତମହାବ୍ୟୟେ’ ମନ୍ତ୍ର ଟିକୁ ଜପ ଜପ କରିବା ଦ୍ୱାରା ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l
– ଯଦି ଜୀବନରେ ସର୍ବଦା ବାଧାବିଘ୍ନ ଦେଖାଦେଉଛି ଏବଂ ଜାତକରେ ଶନିଙ୍କ କୋପ ରହୁଛି ତେବେ ଶନିବାର ଦିନ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଜାତକରେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
– ଯଦି ଦୀର୍ଘ ଦିନରୁ କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଓଂ ନମୋ ଭଗବତେ ଆଂଜନେୟାୟ ମହାବଲାୟ ସ୍ୱାହା ମନ୍ତ୍ର ଜପ କରନ୍ତୁ l ଏହାଦ୍ୱାରା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ l
– ଯଦି ଆପଣ ଶନିବାର ଦିନ ଓଁ ନମୋ ହନୁମତେ ଆବେସାୟ ଆବେସାୟ ସ୍ୱାହା ପାଠ କରି ଶନିବାର ଦିନ ହନୁମାନଙ୍କୁ ଦର୍ଶନ କରିବେ ତେବେ ଋଣ ଭାରରୁ ମୁକ୍ତି ମିଳିବ l
– ପ୍ରତି ଶନିବାର ଦିନ ଯଦି ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହି ମନ୍ତ୍ରଟିକୁ ପାଠ କରନ୍ତୁ l