Odisha news

ବର୍ଷା ପାଣିରେ ବୁଡ଼ିରହିଥିବା ଧାନକ୍ଷେତ ପରିଦର୍ଶନ କଲେ ତହସିଲଦାର

0

ସାଲେପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ସାଲେପୁର ବ୍ଲକ୍ର ରାଇସୁଙ୍ଗୁଡ଼ା ଓ ମିର୍ଜାପୁର ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇପଡିଥିବାବେଳେ ଆଜି ସ୍ଥାନୀୟ ତହସିଲଦାର କ୍ଷୟକ୍ଷତି ଆକଳନ ପାଇଁ ଘଟଣାସ୍ଥଳରେ ପହଞ୍ଚô ପାଣିରେ ବୁଡ଼ି ରହିଥିବା ଚାଷଜମିଗୁଡିକୁ ପରିଦର୍ଶନ କରି ଫେରିଥିବା ଜଣାଯାଇଛି ।

ଗତ ୧୩ ଓ ୧୪ତାରିଖ ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ରାଇସୁଙ୍ଗୁଡ଼ା ପଞ୍ଚାୟତର ରାଇସୁଙ୍ଗୁଡ଼ା, ମଢ଼ଙ୍ଗା, କେରଙ୍ଗା, ମିର୍ଜାପୁର ପଞ୍ଚାୟତର ମାତନଗର, ମିର୍ଜାପୁର, ଛୋଟିପଡ଼ା, ସିଢ଼ୋ ପଞ୍ଚାୟତର କାଳିଦହି, ଛୋଟିନଟରା ଗ୍ରାମର ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯିବା ସହ ଧାନ ଗଛ ଗୁଡିକ ବର୍ଷା ପାଣିରେ ସଂପୂର୍ଣ୍ଣ ବୁଡ଼ି ରହିଛି ।

କାଡ଼ା କେନାଲ ଗୁଡିକ ସଫା ହୋଇନଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଆଜି ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ଦେଓ ଘଟଣା ସ୍ଥଳରେ ପହଞ୍ଚô ବର୍ଷାପାଣିରେ ବୁଡ଼ିରହିଥିବା ଚାଷ ଜମିଗୁଡିକୁ ପରିଦର୍ଶନ କରିବା ସହ ଏହା ଉପରେ ପଦକ୍ଷେପ ନେବାପାଇଁ କୃଷିବିଭାଗକୁ ପରାମର୍ଶ ଦେଇଛନ୍ତି । ୭ଦିନ ମଧ୍ୟରେ ବର୍ଷାପାଣି କମିଲା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ତହସିଲଦାର ଶ୍ରୀ ଦେଓ ସୂଚନା ଦେଇଛନ୍ତି

Leave A Reply