Odisha news

ତିନି ରାତ୍ର ବ୍ୟାପି ବାଦୀପାଲା ଅନୁଷ୍ଠିତ

0
ସାଲେପୁର(୨୦/୫):-ସତ୍ୟ ନାରାୟଣ ପାଲା କମିଟି ଆନୁକୁଲ୍ୟରେ ବାହାର ପଡା ଓ ରାଘବପୁର ପାଲା ମଣ୍ଡପ ଠାରେ ତିନି ରାତ୍ର ବ୍ୟାପି ବାଦି ପାଲା ଅନୁଷ୍ଟିତ ହୋଇଯାଇଛି। ବାଙ୍କୀ ଅଞ୍ଚଳର ପ୍ରସିଦ୍ଧ ଗାୟକ ଲକ୍ଷ୍ମୀଧର ପଣ୍ଡାଶର୍ମା ଓ ନୟାଗଡ଼ ଅଞ୍ଚଳର ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡା ପାଲା ପରିବେଷଣ କରିଥଲେ I ପାଲା ଦେଖିବାପାଇଁ ପ୍ରତିଦିନ ସନ୍ଧ୍ୟlରେ ଆଖ ପାଖ ଅଞ୍ଚଳର ପାଲାପ୍ରେମିଙ୍କ ଭିଡ଼ ହୋଇଥିଲା। ଅନୁଷ୍ଟାନ ପକ୍ଷରୁ ତପନ କୁମାର ନାୟକ, ରବୀନ୍ଦ୍ର ଓଝା,ମଧୁସୂଦନ ସାହୁ,ଧରଣୀଧର ସାହୁ,ରାମଚନ୍ଦ୍ର ସାମଲ, ବଟ ମହାରଣା, ଅକ୍ଷୟ ନାୟକ, ବସନ୍ତ ସାମନ୍ତରାୟ, ବିଜୟ ମହାରଣା, ଧରଣୀଧର ବେହେରା, କୈଳାସ ଚନ୍ଦ୍ର ନାଥ, ପ୍ରଦୀପ୍ତ ପାତ୍ର ସମେତ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Leave A Reply