Odisha news

୪୧ତମ ବାର୍ଷିକ ଉତ୍ସବ  ସିନରଜିଆ ଟୁକେ୨୪ ଅନୁଷ୍ଠିତ

0
ସାଲେପୁର :-ଇନଷ୍ଟିଚ୍ୟୁଟ ଅଫ ଫାର୍ମାସି ଆଣ୍ଡ ଟେକ୍ନୋଲୋଜି ସାଲେପୁର ର ୪୧ତମ ବାର୍ଷିକ ଉତ୍ସବ  ସିନରଜିଆ ଟୁକେ୨୪ ଅନୁଷ୍ଠିତ ହୋଇଯାଇଅଛି। କଲେଜର ଅଧ୍ୟକ୍ଷ ଡକ୍ଟର ପ୍ରବୀର କୁମାର ସିହ୍ନା ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ପି ଆର ଭାଭିଆ ଡ଼ାଇରେକ୍ଟର ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି ମୁମ୍ବାଇ ଯୋଗ ଦେଇ ଫାର୍ମାସିଷ୍ଟ ମାନଙ୍କ ଭୂମିକା ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ।ମୁଖ୍ୟ ବକ୍ତା ଭାବେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗ ଦେଇ ସେବା ହିଁ ମାନବ ଜୀବନ ର ପରମ ଧର୍ମ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅଵସର ରେ ପରିଚାଳନା କମିଟିର ସମ୍ପାଦକ ରବିନ୍ଦ୍ର ନାଥ କର, ସଭ୍ୟ ଅଶୋକ କୁମାର ମହାନ୍ତି, ଡକ୍ଟର ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ।ପ୍ରାରମ୍ଭରେ କଲେଜ ର ଅଧ୍ୟକ୍ଷ ଡକ୍ଟର ପ୍ରବୀର କୁମାର ସିହ୍ନା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ।ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।ଅଧ୍ୟାପିକା ଐସାନି ଚାଟାର୍ଜୀ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ କଲେଜର ଅଧ୍ୟାପକ ଡକ୍ଟର ସରୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି  ଉତ୍ସବରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
Leave A Reply