Odisha news

ଫଳକ ଭଙ୍ଗାକୁ ନେଇ ଥାନାରେ ଅଭିଯୋଗ : ଆମ ବସଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ଆରମ୍ଭ

0
ସାଲେପୁର : ସାଲେପୁର ବଜାର ଡାକପୋଲ ନିକଟରେ  ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ନିର୍ଦ୍ଧାରିତ ପ୍ଲଟରେ ଶୁଭ ଫଳକ ଭଙ୍ଗାକୁ ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି l ପ୍ରକାଶ ଥାଉକି ଗତ ତା ୧୪-୩-୨୪ ରିଖ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବ୍ଲକ ଅଧକ୍ଷ ରାମଚନ୍ଦ୍ର ଭୋଇ,  ଉପାଧ୍ୟକ୍ଷl ପୁଷ୍ପାଞ୍ଜଳି ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ, ରଞ୍ଜିତା ସେଠୀ, ହରପ୍ରସନ୍ନ ବେହେରାଙ୍କ ସମେତ ବହୁ  ପଞ୍ଚାୟତ ଜନପ୍ରତିନିଧି, ମିଶନଶକ୍ତି ମହିଳା ଓ ଦଳିଅ କର୍ମୀ ମାନଙ୍କୁ ନେଇ ପ୍ରସ୍ଥାବିତ ସ୍ଥାନରେ ଶୁଭ ଶିଳାନ୍ୟାସ କରାଯାଇଥିଲା l ହେଲେ ଗୋଟିଏ ଦିନ ପରେ ଶନିବାର ସକାଳୁ ଏହି ଶୁଭଫଳକଟିକୁ କୌଣସି ଦୁର୍ବୁତ୍ତ ତାଡି ନେଇଯାଇଥିବା ଦେଖିବାକୁ ମିଳିଛି l ବହୁ ପ୍ରତିକ୍ଷୀତ ସାଲେପୁର ବସଷ୍ଟାଣ୍ଡ ନିର୍ମାଣକୁ ନେଇ ସାଧାରଣ ଜନତା ଖୁସି ଥିବା ବେଳେ କେଉଁ ଉଦେଶ୍ୟରେ କିଏ ଶୁଭ ଫଳକ ତାଡି ନେଇ ଯାଇଛି ତାହା ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଜିଲ୍ଲା ପରିଷଦ ସଭ୍ୟା ନମିତା ସେଠୀ ଆଜି ସାଲେପୁର ଥାନାରେ ଫଳକ ଭଙ୍ଗା ଘଟଣାକୁ ନେଇ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସାଲେପୁର କେନ୍ଦ୍ରାପଡା ମୁଖ୍ୟ ରାସ୍ତାରୁ କଳାଗ୍ନୀ ମନ୍ଦିର  ରାସ୍ତା ନିର୍ମାଣ ପାଇଁ ଗଢା ହେଉଥିବା ଫଳକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ବହୁ ପ୍ରତୀକ୍ଷିତ ସାଲେପୁର ବସଷ୍ଟାଣ୍ଡ ର ନିର୍ମାଣ କାର୍ଯ୍ୟ ଆଜି ଆରମ୍ଭ ହୋଇଛି।ଆମ ବସଷ୍ଟାଣ୍ଡ ଯୋଜନା ରେ ୭,୮୬,୨୨,୬୯୯ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରେ ହେବାକୁଥିବା ଏହି ବସଷ୍ଟାଣ୍ଡ ୧୩-୩-୨୪ ରୁ ଆରମ୍ଭ ହୋଇ ଏକବର୍ଷ ମଧ୍ୟରେ ସରିବ ବୋଲି କାର୍ଯ୍ୟାଦେଶ ରେ ଉଲ୍ଲେଖ ଅଛି। ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଭୁବନେଶ୍ୱର ଅଧୀନ ଶ୍ରୀ ସୁକାନ୍ତ କୁମାର ରାଉତ ଏଜେନ୍ସି ଏହି କାର୍ଯ୍ୟ କରୁଥିବା ଜଣାପଡ଼ିଛି
Leave A Reply