Odisha news

୧୮ବର୍ଷର ଯୁବତୀ ସାହେଶ୍ୱରୀ ମଣ୍ଡପରେ ବସି କାନ୍ଦୁଥିଲା ତାପରେ ….

0

ସାଲେପୁର, ତା.୪ା୧୦ : ଆଜି ସନ୍ଧ୍ୟାରେ ମା’ସାହେଶ୍ୱରୀ ମଣ୍ଡପରୁ ଏକ ଯୁବତୀକୁ ସାଲେପୁର ପୁଲିସ ଉଦ୍ଧାର କରିଥିବା ଜଣାଯାଇଛି । ପ୍ରକାଶ ଯେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପ୍ରାୟ ୧୮ବର୍ଷର ଯୁବତୀ ସାହେଶ୍ୱରୀ ମଣ୍ଡପରେ ବସି କାନ୍ଦୁଥିବାର ତାକୁ ସାଲେପୁର ଅଞ୍ଚଳର କିଛି ଗଣମାଧ୍ୟମ ପ୍ରତିନିଧି ଦେଖି ପୁଲିସକୁ ଖବର ଦେଇଥିଲେ ।

ସାଲେପୁର ପୁଲିସ ସେଠାରେ ପହଞ୍ଚô ଯୁବତୀକୁ ଉଦ୍ଧାର କରିଥିଲା । କେଉଁ ପରିସ୍ଥିତିରେ ଏଠାକୁ ଆସିଛୁ ବୋଲି ତାକୁ ପଚରାଯିବାରୁ ଯୁବତୀ ଜଣକ କହିଲା ତାଙ୍କ ପରିବାର ଲୋକେ ଜଣେ ବୟସ୍କ ଲୋକଙ୍କ ସହ ତା’ର ବିବାହ କରିଦେବାକୁ ଉଦ୍ୟମ କରୁଥିବାରୁ ସେ ଘରୁ ଲୁଚି ପଳାଇ ଆସିଛି । ସଂପୃକ୍ତ ଯୁବତୀର ଘର ମାହାଙ୍ଗା ଅଞ୍ଚଳ ବଣିଆସାହି ଗ୍ରାମରେ ହୋଇଥିବାବେଳେ ତାଙ୍କ ପିତାଙ୍କ ନାମ ବନ୍ଧୁସୂଦନ ସାହୁ ବୋଲି ଯୁବତୀ ଜଣକ ପୁଲିସ ନିକଟରେ ପ୍ରକାଶ କଲାପରେ ପୁଲିସ ଯୁବତୀ ଜଣକୁ ଉଦ୍ଧାର କରିଥିବା ଜଣାଯାଇଛି ।

Leave A Reply