Odisha news

ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ, ୪ଗିରଫ ୫୧ଲିଟର ମଦ ଜବତ

0

ସାଲେପୁର, ତା.୨ା୧୦ : ଆଜି ସାଲେପୁର ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ପ୍ରାୟ ୫୧ଲିଟର ଦେଶୀ ମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ କଟରପା ଗ୍ରାମର ସ୍ୱପ୍ନେଶ୍ୱର ବେହେରା ଚୋରାରେ ମଦ ବିକ୍ରି କରୁଥିବାବେଳେ ଅବକାରୀ ବିଭାଗ ଚଢ଼ଉ କରି ତା’ ନିକଟରୁ ୧୦ଲିଟର ମଦ ଜବତ କରିବା ସହ ତାକୁ ଗିରଫ କରିିଛନ୍ତି । ସେହିପରି ଜାଗୁଳାଇ ପଡ଼ା ଗ୍ରାମର କାଳନ୍ଦୀ କାଣ୍ଡିଙ୍କୁ ମଧ୍ୟ ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଗିରଫ କରିବା ସହ ତା ନିକଟରୁ ୧୫ଲିଟର ଦେଶୀ ମଦ ଜବତ କରିଛି ।

ସେହିପରି ମାହାଙ୍ଗାଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ତାପସ ମହାନ୍ତିଙ୍କ ଠାରୁ ୧୬ଲିଟର ଓ ଉକ୍ତ ଗ୍ରାମର କ୍ଷୀର ବେହେରାଙ୍କ ଠାରୁ ମଧ୍ୟ ୧୦ଲିଟର ରନ୍ଧା ମଦ ଜବତ କରି ଗିରଫ କରିଥିବା ଜଣାଯାଇଛି । ଏହି ୪ଜଣଙ୍କ ନାମରେ ପୃଥକ୍ ପୃଥକ୍ ଭାବେ ୪ଟି ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି । ଏହି ଚଢ଼ଉରେ ଅବକାରୀ ବିଭାଗ ସାଲେପୁର ଓ.ଆଇ.ସି. ରାଜକିଶୋର ଜେନା, ନିଶ୍ଚିନ୍ତକୋଇଲି ଓ.ଆଇ.ସି. ଏସ୍. ସିମାଞ୍ଚଳମ୍, ଏ.ଏସ୍.ଆଇ. ଶରତ ଚନ୍ଦ୍ର ଜେନା, କନେଷ୍ଟବଳ ସନାତନ ବେହେରା, ସୁନିଲ କୁମାର ବଳ, ପୂର୍ଣ୍ଣେଶ୍ୱର ମାଝୀ ପ୍ରମୁଖ ସାମିଲ ହୋଇଥିଲେ

Leave A Reply