Odisha news

ଶାଳପଡା ଶିଳ୍ପ ବୈଷୟିକ ତାଲିମ କେନ୍ଦ୍ର ରେ ଗ୍ରାମ୍ୟଉଦ୍ୟୋଗ ବିକାଶ ଯୋଜନା ଉଦଯାପିତ

ଆନନ୍ଦପୁର : ଆଜି ଶାଳପଡା ଶିଳ୍ପ ବୈଷୟିକ ତାଲିମ କେନ୍ଦ୍ର ଠାରେ ମାର୍ଚ୍ଚ ୮ ତାରିଖ ରୁ ଆରମ୍ଭ ହୋଇଥିବା ପେପର ମେସିନ ତାଲିମ ଶିବିର ର ଉଦଯାପନୀ ଦିବସ ଶାଳପଡା ଶିଳ୍ପ ବୈଷୟିକ ତାଲିମ କେନ୍ଦ୍ର ର ସଭାଗୃହ ଠାରେ ଉଦଯାପିତ ହୋଇଯାଇଥିବାବେଳେ ବିଚିତ୍ର ନନ୍ଦ ପଣ୍ଡା ଙ୍କ ସଭାପତିତ୍ୱ ରେ  ଏହି ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ଭାବେ ମନୋଜ କୁମାର ସିଂ(କେନ୍ଦ୍ର ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ର ସଦସ୍ୟ), ସନ୍ନମାନିତ ଅତିଥି ସମୀର କୁମାର ମହାନ୍ତି ( ନିର୍ଦେଶକ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ), ସପନ କୁମାର ଗୋସ୍ୱାମୀ ( DPMR and CEO ORMAS), ମୁଖ୍ୟ ବକ୍ତା ଇଞ୍ଜିନିୟର. ଦୁର୍ଗା ଚରଣ ବେହେରା ( ଅଧକ୍ଷ ଶିଳ୍ପ ବୈଷୟିକ ତାଲିମ କେନ୍ଦ୍ର ଶାଳପଡା ), ଶିବାଶିଷ ଦାସ ( PO ORMAS KENDUJHAR), ଅଧିକାରୀ ନାୟକ (ସଦସ୍ୟ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ) ଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା | ବିଚିତ୍ର ନନ୍ଦ ପଣ୍ଡା ସ୍ୱାଗତ ଭାଷଣ ରଖିଥିବାବେଳେ ଶ୍ରୀଯୁକ୍ତ ଅଧିକାରୀ ନାୟକ ଅତିଥି ପରିଚୟ କରାଇ ଅତିଥି ମାନଙ୍କ ଦ୍ୱାରା ମହାତ୍ମା ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ |
ଏଥିରେ ସନ୍ନମାନିତ ଅତିଥି ସପନ କୁମାର ଗୋସ୍ୱାମୀ ଦକ୍ଷତା ବିକାଶ ଦ୍ୱାରା ମହିଳାମାନେ କିଭଳି ସ୍ୱଳ୍ପ ସମୟରେ ମଧ୍ୟରେ ପେପର ମେସିନ ର ଦକ୍ଷତା ଦ୍ୱାରା ନିଜେ ଆତ୍ମନିର୍ଭରଶିଳ ହୋଇପାରିବେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନଙ୍କୁ ପ୍ରେରଣା ଦେଇଥିବାବେଳେ ଶିଳ୍ପ ବୈଷୟିକ ତାଲିମ କେନ୍ଦ୍ର ର ଅଧକ୍ଷ ଇଞ୍ଜିନିୟର ଦୁର୍ଗାଚରଣ ବେହେରା ମାର୍ଚ୍ଚ ୮ ତାରିଖରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଶିଳ୍ପ ତାଲିମ କେନ୍ଦ୍ର ରେ ୮୦ ଜଣ ମହିଳା କିପରି ପେପର ମେସିନ ମାଧ୍ୟମରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ଏବଂ ଉଚ୍ଚକୋଟୀର ଶିକ୍ଷାଦାନ ନେଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ଦ୍ୱାରା ପ୍ରଦାନ କରାଯାଉଥିବା ଦକ୍ଷତା ଦ୍ୱାରା ଉଚ୍ଚକୋଟୀର ଜିନିଷ ତିଆରି କରିପାରିଛନ୍ତି ଏବଂ ନିଜେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ସେ ତାଙ୍କ ବକ୍ତୃତା ରେ ରଖିଥିଲେ |
ପରେ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ଦ୍ୱାରା ଫକୀରପୁର, ବାରିଗାଁ, ଓ ଶୈଲଙ୍ଗ ର ପେପର ମେସିନ ଶିକ୍ଷା ଦେଉଥିବା ହରିହର ସୁତାର (ଫକୀରପୁର), ସଞ୍ଜୟ ଓଝା (ଫକୀରପୁର), ପ୍ରଭାତୀ ବେହେରା (ଶୈଲଙ୍ଗ), ଅରୁଣ ଓଝା (ବାରିଗାଁ), ଶିକ୍ଷାଦାନ ଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ମାନପତ୍ର ଦେବା ସହିତ ଫକୀରପୁର ର ୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚମୁଁହି ର ମା ତାରିଣୀ ଭରସା ସ୍ୱୟଂ ସହାୟକ ଗୋଷ୍ଠୀ, ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ, ମହାବୀର ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ରାଜ୍ୟ ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ଆୟୋଗ ତରଫରୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପେପର ମେସିନ ତିଆରି ସାମଗ୍ରୀ ବଣ୍ଟନ କରାଯାଇଥିଲା | ଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀ ର ୮୦ ଜଣ ମହିଳା ସଦସ୍ୟା ମାନେ ୪ ଟି ଷ୍ଟଲ କରି ଏକ ପ୍ରଦର୍ଶନୀ ମେଳା ଶିଳ୍ପ  ବୈଷୟିକ ତାଲିମ କେନ୍ଦ୍ର ପରିସରରେ ତିଆରି କରିଥିବା ସାମଗ୍ରୀ ପ୍ରଦର୍ଶିତ କରିଥିଲେ | ଏଥିରେ ଶିଳ୍ପ ବୈଷୟିକ ତାଲିମ କେନ୍ଦ୍ର ର ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ସହଯୋଗ କରିଥିଲେ |

Comments are closed.