ସାକ୍ଷୀଗୋପାଳ(ପଦ୍ମଜା ପଟ୍ଟନାୟକ ): ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ମାନ୍ୟବର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣ ଏକ୍ୟୁଜିଟିଭ ଚେୟାରମ୍ୟାନ ଜଷ୍ଟିସ ସଞ୍ଜୀବ ଖାନ୍ନା ରବିବାର ପୁରୀ ଗସ୍ତରେ ଆସି ସତ୍ୟବାଦୀ ବ୍ଲକ ଦୁଗଲ ଗ୍ରାମ ପଞ୍ଚାୟତର ଅଠାଇଶ ଗ୍ରାମ କଚ୍ଚା ଘରେ ଵାସ କରୁଥିବା କିଛି ଭୂମିହୀନ ପରିବାର ଙ୍କ ପାଖକୁ ଯାଇ ସେମାନଙ୍କର ମୌଳିକ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଦୀର୍ଘ ବର୍ଷ ହେଲା ବାପାଙ୍କ ସମୟରୁ ସେଠାରେ ପଲିଥିନ ତଳେ କଚ୍ଚା ଘରେ ରହୁଥିବା ଲୋକେ ସ୍ଥାୟୀ ଜମି, ପକ୍କାଘର, ଜାତି ପ୍ରମାଣପତ୍ର ମିଳୁନାହିଁ ବୋଲି ବିଚାରପତିଙ୍କୁ ଅଭିଯୋଗ କରିଥିବା ଦେଖାଯାଇଥିଲା। ସେହିପରି ସତ୍ୟବାଦୀ ବ୍ଲକ ଗ୍ରାମୀଣ ଆଇନ ସେବାକେନ୍ଦ୍ର ପରିଦର୍ଶନ କରି ଜଷ୍ଟିସ ପାରା ଲିଗାଲ ଭଲେଣ୍ଟିୟର ମାନଙ୍କ ସହ ମାଗଣା ଆଇନ ସେବା ଓ ସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଆଲୋଚନା କରିଥିବା ବେଳେ ବ୍ଲକ ସଭାଗୃହ ରେ ବିଭିନ୍ନ ବର୍ଗର ଲୋକମାନଙ୍କ ଠାରୁ ମାଗଣା ଆଇନ ସେବା ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେପରେ ମାନ୍ୟବର ଜଷ୍ଟିସ ସଞ୍ଜୀବ ଖାନ୍ନା, ପତ୍ନୀ ଆଶା ଖାନ୍ନା, ଅନ୍ୟ ବିଚାରପତି ଓ ଅଧିକାରୀ ମାନଙ୍କ ସହ ସାକ୍ଷୀଗୋପାଳ ମନ୍ଦିର ରେ ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ। ଏହି ଗସ୍ତ ସମୟରେ ଜଷ୍ଟିସ ଙ୍କ ସ୍ଵତନ୍ତ୍ର ଅଧିକାରୀ ଶ୍ରେୟା ଆରୋରା ମେହେଟ୍ଟା, ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ସୁଦିପ୍ତ ଆଚାର୍ଯ୍ୟ, ପୁରୀ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅଜନ୍ତା ଷଡ଼ଙ୍ଗୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମିତ କୁମାର ବାରିକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଉପେନ୍ଦ୍ର ବିଶ୍ବାଳ, ପାରା ଲିଗାଲ ଭଲେଣ୍ଟିୟର ଓ ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ