ସାକ୍ଷୀଗୋପାଳ : ଆଜି ଉତ୍କଳ ଦିବସ ଅବସରରେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ରେ ଉତ୍କଳମଣୀ ଗୋପବନ୍ଧୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଜି ସନ୍ଧ୍ୟା ସମୟ ରେ ସୁଆଣ୍ଡୋ ରେ ପହଞ୍ଚି ଥିଲେ ଭିକେ ପାଣ୍ଡିଆନ । ଗୋପବନ୍ଧୁ ଙ୍କ ଷଠି ଘର ଦର୍ଶନ କରିବା ସହିତ ଗୋପବନ୍ଧୁ ଙ୍କ ସଂଗ୍ରହାଳୟ ମଧ୍ୟରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଦାସ ଙ୍କ ସ୍ମାରକୀ ସଂଗ୍ରହାଳୟ ବୁଲି ଦେଖିଥିଲେ ଭିକେ ପାଣ୍ଡିଆନ । ଏହାଛଡା ଉତ୍କଳମଣୀ ଗୋପବନ୍ଧୁ ଙ୍କ ଦାୟାଦ ମାନଙ୍କ ଘର କୁ ଯାଇ କିଛି ସମୟ ଉତ୍କଳମଣିଙ୍କ ପରିବାର ସଦସ୍ୟ ମାନଙ୍କୁ ଭେଟିଥିଲେ। ଏହାଛଡା ଉତ୍କଳମଣୀ ସଂଗ୍ରହାଳୟ ଭିତରେ ଥିବା ପାର୍କ ରେ ଖେଳୁଥିବା କୁନି ପିଲା ଓ ସେମାନଙ୍କ ଅଭିଭାବକ ମାନଙ୍କ ସହିତ ପାର୍କ ର ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିବା ସହିତ ସଂଗ୍ରହଲୟ ବାହାରେ ବସି ବେପାର କରୁଥିବା ଉଠା ଦୋକାନୀ ଙ୍କ ସହିତ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝି ଥିଲେ । ପାଣ୍ଡିଆନ ଙ୍କ ଏହି ଗସ୍ତ ସମୟ ରେ ସତ୍ୟବାଦୀ ବିଧାନସଭା ଆସନର ବିଜେଡି ପାର୍ଥି ସଞ୍ଜୟ କୁମାର ଦାସବର୍ମା ଓ ସତ୍ୟବାଦୀ ଅଞ୍ଚଳ ର ଶହ ଶହ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ରହି ଭିକେ ପାଣ୍ଡିଆନ ଙ୍କୁ ସ୍ଵାଗତ କରିଥିଲେ।ଫଟୋ