ବଲିଉଡ କଳାକାର ସୈଫ ଅଲ୍ଲୀ ଖାଁ ଙ୍କ ଉପରେ ହୋଇଥିବା ଆକ୍ରମଣ କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ, ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ ସିକ୍ୟୁରିଟି କେତେ ଟାଇଟ ଥିଲା ଯେ ଏଭଳି କାଣ୍ଡ ଘଟିଗଲା, ଏହି ମାମଲା ରେ ଯେଉଁ ଟିମ ଯାଞ୍ଚ କରୁଛି ତାର ଅନୁଧ୍ୟାନ ଦୟା ନାୟକ କରୁଛନ୍ତି, ଯିଏ ଜଣେ ଏନକାଉଣ୍ଟର ସ୍ପେସିଆଲିଷ୍ଟ, ମୁମ୍ବାଇ ପୋଲିସ ଅଧିକାରୀ ଦୟା ନାୟକ ମୁମ୍ବାଇ ର ବାନ୍ଦ୍ରା ସ୍ଥିତ ସୈଫ ଅଲ୍ଲୀ ଖାନ ଙ୍କ ଘରେ ଦେଖିବାକୁ ମିଳିଥିଲା l
ଦୟା ନାୟକ –
ଅପରାଧୀ ମାନଙ୍କୁ ଦଣ୍ଡ ଦେଉଥିବା ଦୟା ନାୟକ ଙ୍କୁ ମୁମ୍ବଇ ପୋଲିସ ଗତବର୍ଷ ହିଁ ପ୍ରମୋସନ ମିଳିଛି l ୧୯୯୫ ବ୍ୟାଚ ର ପୋଲିସକର୍ମୀ ନାୟକ ଅନେକ ଦୋଷୀ ଙ୍କୁ ଏନକାଉଣ୍ଟର କରି ମୃତ୍ୟୁ ଦଣ୍ଡ ଦେଇଛନ୍ତି, ସେ ୩ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ର ଆତଙ୍କବାଦ ନିରୋଧକ ସେଲ ରେ ମଧ୍ୟ ସେ ରହିଥିଲେ, ତାଙ୍କୁ ୧୯୯୬ ରେ ଯୁହୁ ପୋଲିସ ଷ୍ଟେସନ ରେ ମୁତୟନ କରାଯାଇଥିଲା, ସେହିଦିନ ଠାରୁ ଦୟା ନାୟକ ସହରର କୁଖ୍ୟାତ ଅପରାଧୀ ମାନଙ୍କୁ ଓ ଅଣ୍ଡରୱାର୍ଲଡ ଆତଙ୍କ କୁ ବିନାଶ କରିବାର ଭୂମିକା ଗ୍ରହଣ କରିଥିଲେ l ଦୟା ନାୟକ ମୁମ୍ବାଇ ପୋଲିସ ର ଚର୍ଚିତ ଅଧିକାରୀ ପ୍ରଦୀପ ଶର୍ମା ଙ୍କ ସହିତ ମଧ୍ୟ କାମ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଦୟା ନାୟକ ଏନକାଉଣ୍ଟର ଦ୍ୱାରା ୮୦ ରୁ ଅଧିକ ଅପରାଧୀ ଙ୍କୁ ମୃତ୍ୟୁ ଦଣ୍ଡ ଦେଇଛନ୍ତି l
ସୈଫ ଙ୍କ ଉପରେ କିଭଳି ଆକ୍ରମଣ ହୋଇଥିଲା –
ମୁମ୍ବାଇ ର ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ବୁଧବାର ଦିନ ରାତି ୨ଟାରେ ଅଜ୍ଞାତ ବ୍ୟକ୍ତି ଆକ୍ରମଣକାରୀ ତାଙ୍କ ଘର କୁ ଚୋରି ଉଦେଶ୍ୟ ରେ ପଶିଥିଲା, ଏବଂ ଏହାପରେ ଆହତ ଅବସ୍ଥାରେ ସୈଫ ଅଲ୍ଲୀ ଙ୍କୁ ଲୀଳାବତୀ ହସ୍ପିଟାଲ ରେ ଆଡ଼ମିସନ କରାଯାଇଥିଲା l ବାନ୍ଦ୍ରା ପୋଲିସ ମାମଲା କୁ ଯାଞ୍ଚ କରି ସିସିଟିଭି ଫୁଟେଜ କୁ ତଦାରଖ କରୁଛି l ସବୁଠୁ ଆଶ୍ଚର୍ଯ୍ୟକର ଘଟଣାଟି ହେଉଛି ଚୋର ସୈଫ ଙ୍କୁ ଆକ୍ରମଣ କରି ସେଠାରୁ ଚାଲି ଯାଇଥିଲା କାହାକୁ ହାତ ମଧ୍ୟ ଲଗାଇ ନଥିଲା l