Odisha news

ଅଭିନେତ୍ରୀ ସାଇ ପଲ୍ଲବୀଙ୍କ କାଶ୍ମିରୀ ପଣ୍ଡିତଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ

0

ନୂଆଦିଲ୍ଲୀ :ଦକ୍ଷିଣ ଚଳଚିତ୍ର ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ବିନ୍ଦାସ ସ୍ଵଭାଵ ପାଇଁ ସବୁବେଳେ ଚର୍ଚାରେ ରହି ଥାଆନ୍ତି l ଅଭିନେତ୍ରୀ ଆଜିକାଲି ନିଜର ଅପକମିଙ୍ଗ ଚଳଚିତ୍ର Virata Parvam କୁ ନେଇ ଚର୍ଚାରେ ରହିଛନ୍ତି l ସେ ନିଜ ଚଳଚିତ୍ର ର ଖୁବ ଜୋର ରେ ପ୍ରମୋସନ ପାଇଁ ଇଭେଣ୍ଟ କରୁଛନ୍ତି l ନିକଟରେ ଚଳଚିତ୍ରର ପ୍ରମୋସନ ଇଭେଣ୍ଟ ସମୟରେ ଗୋଟିଏ ଇଣ୍ଟରଭିୟୁ ରେ ସାଇ ପଲ୍ଲବୀ କାଶ୍ମିରୀ ପଣ୍ଡିତ ମାନଙ୍କୁ ନେଇ କିଛି ଏପରି କହିଥିଲେ, ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ବିବାଦ ଦେଖା ଯାଇଥିଲା l

ସାଇ ପଲ୍ଲବୀ ଙ୍କ ବୟାନ ବିବାଦ –
ସେ ନିଜ ଇଣ୍ଟରଭିୟୁ ସମୟରେ ଦ କାଶ୍ମୀର ଫାଇଲ ଚଳଚିତ୍ରରେ କାଶ୍ମୀର ପଣ୍ଡିତ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର କୁ ମବ ଲିଂଚିଙ୍ଗ ସହିତ ତୁଳନା କରିଥିଲେ l ସାଇ ପଲ୍ଲବୀ ଙ୍କ ଏହି ବିବାଦିତ ବୟାନ କୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇ ଯାଇଥିଲା l କିଛି ଲୋକ ତାଙ୍କ ବୟାନ କୁ ନେଇ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ତାଙ୍କର ନିନ୍ଦା କରୁଛନ୍ତି l

ସାଇ ପଲ୍ଲବୀ ଙ୍କ ଏହି କ୍ଲିପ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସୋସିଆଲ ମିଡ଼ିଆକୁ ୨ ଭାଗରେ ବାଣ୍ଟି ଦେଇଛି l  କିଛି ଲୋକ ସାଇ ପଲ୍ଲବୀ ଙ୍କ ମତରେ ନିଜର ସହମତି ଜଣାଇ ଛନ୍ତି ଆଉ କିଛି ଲୋକ ବିରୋଧ କରିଛନ୍ତି l

Leave A Reply

Your email address will not be published.