Odisha news

ରୁଷ-ୟୁକ୍ରେନ ପାଇଁ କ୍ରିମିଆ ଏତେ ମହତ୍ଵପୁର୍ଣ କାହିଁକି ଏବଂ କାହିଁକି ଉଭୟ ଦେଶ ଏହା ଉପରେ କରିବାକୁ ଚାହୁଁଛନ୍ତି କବଜା

0

ଆମେରିକା ରାଷ୍ଟପତି ଡୋନାଲଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ବୋଲୋଦିମୀର ଜେଲେନ୍ସକି ଙ୍କ ସହିତ ମିଟିଂ ପୂର୍ବରୁ ରୁଷ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ୨ଟି ସର୍ତ୍ତ ରଖିଛନ୍ତି, ଟ୍ରମ୍ପ କହିଛନ୍ତି ଜେଲେନ୍ସକି ରୁଷ ସହିତ ଯୁଦ୍ଧକୁ ତୁରନ୍ତ ସମାପ୍ତ ଲାରିବର ବିକଳ୍ପ ବାଛି ପାରନ୍ତି କିମ୍ବା ଏହାକୁ ଜାରି ରଖିପାରନ୍ତି l ରୁଷ କବଜା କରିଥିବା କ୍ରିମିଆ କୁ ପାଇବା ପାଇଁ ନାଟୋ ରେ ସାମିଲ ହେବା ସମ୍ଭବ ନୁହେଁ, ଏହାପରେ ଚର୍ଚା ହେବାକୁ ଲାଗିଛି ଯେ ଋଷ-ୟୁକ୍ରେନ ଯୁଦ୍ଧ ପାଇଁ କାହିଁକି କ୍ରିମିଆ ଜରୁରୀ ?

୨୦୧୪ ରେ ରୁଷ କବ୍ଜା କରିଥିଲା କ୍ରିମିଆ –
କ୍ରିମିୟା ରେ ବର୍ତମାନ ବିଭିନ୍ନ ସଂସ୍କୃତି ଓ ସାମ୍ରାଜ୍ୟ ର ପ୍ରଭାବ ରହିଛି, ଏବଂ ଏହାର ଇତିହାସ ଖୁବ ପୁରୁଣା, ୧୮୫୩-୧୮୫୬ କ୍ରିମିୟା ଯୁଦ୍ଧରେ ଏହି କ୍ଷେତ୍ର ଗୋଟିଏ ପ୍ରମୁଖ ଯୁଦ୍ଧ କ୍ଷେତ୍ର ଥିଲା, ଯେଉଁଥିରେ ରୁଷ ବ୍ୟତୀତ ବ୍ରିଟେନ , ଫ୍ରାନ୍ସ ଓ ଓଟୋମନ ସାମ୍ରାଜ୍ୟ ସାମିଲ ଥିଲେ, ୨୦୧୪ ରେ ରୁଷ କ୍ରିମିଆ ଉପରେ କବ୍ଜା କରିନେଇ ଥିଲା, ଯେଉଁଥିରେ ୟୁକ୍ରେନ ଓ ପଶ୍ଚିମ ଦେଶ ସହିତ ଉତେଜନା ବଢି ଯାଇଥିଲା, ଟ୍ରମ୍ପ ନିଜ ସୋସିଆଲ ନେଟ ୱର୍କିଙ୍ଗ ସାଇଡ ରେ ଏହାର ଆଲୋଚନା କରିଛନ୍ତି ଓ କହିଛନ୍ତି ଯେ ୟୁକ୍ରେନ କୁ କ୍ରିମିୟା ମିଳିବ ନାହିଁ, ଯାହାକି ୧୨ ବର୍ଷ ପୂର୍ବରୁ ଓବାମା ପ୍ରଶାସନ ସମୟରେ କୌଣସି ଗୁଳି ଚାଳନା ରେ ରୁଷ କୁ ଦିଆଯାଇଥିଲା l

କ୍ରିମିୟା ର ରଣନୀତି ମହତ୍ୱ କଣ ?
ରୁଷ ଓ ୟୁକ୍ରେନ ପାଇଁ କ୍ରିମିୟା  ର ମହତ୍ୱ କୁ ଜାଣିବା ପୂର୍ବରୁ ଏହାର ରଣନୀତି ର ମହତ୍ଵକୁ ବୁଝିବା ଜରୁରୀ, କ୍ରିମିୟା ବ୍ଲାକ ସି ମଧ୍ୟରେ ଅବସ୍ଥିତ, ଯାହାକି ମହତ୍ଵପୁର୍ଣ ରଣନୀତି ର ସ୍ଥାନ ଅଟେ, କ୍ରିମିୟା  ଏପରି ସ୍ଥାନରେ ଅବସ୍ଥିତ ଅଟେ ଯାହାକି ରୁଷ କୁ ଗରମ ପାଣି ର ବନ୍ଦର କୁ ପହଂଚିଥାଏ, ଏବଂ ବର୍ଷ ସାରା ଏହାର ଉପଯୋଗ ହୋଇଥାଏ, କ୍ରିମିୟା  ବ୍ଲାକ ସି ଜରିଆରେ ରୁଷ କୁ ଭୂମଧ୍ୟ ସାଗର ଏବଂ ଅନ୍ୟ ମହତ୍ଵପୁର୍ଣ ବ୍ୟାପାର ପାଇଁ ସୁବିଧା କରିଥାଏ, କ୍ରିମିୟା  ରେ ଅନେକ ମହତ୍ଵପୁର୍ଣ ଧାର୍ମିକ ସ୍ଥଳ ରହିଛି, ଯେଉଁଥିରେ ରୂଢି ବାଦୀ ଈସାଈ, ମୁସଲିମ ଏବଂ ଇହୁଦୀ ମନ୍ଦିର ସାମିଲ ରହିଛି l

ଉଭୟ ଦେଶ ପାଇଁ କଣ ରହିଛି ମହତ୍ୱ –
ରୁଷ ପାଇଁ କ୍ରିମିୟା  ରଣନୀତି ଭାବରେ ଖୁବ ମହତ୍ଵପୁର୍ଣ ଅଟେ, କ୍ରିମିୟା ଜରିଆରେ ରୁଷ ବ୍ଲାକ ସି ଓ ଭୂମଧ୍ୟ ସାଗର ପର୍ଯ୍ୟନ୍ତ ପହଞ୍ଚି ପାରେ , କ୍ରିମିୟା  ରେ ରୁଷ ସଂସ୍କୃତି ର ଗୋଟିଏ ଲମ୍ବା ଇତିହାସ ରହିଛି l କ୍ରିମିୟା  ରେ ଅଧିକ ରୁଷି ବାସୀ ରହିଛନ୍ତି, ରୁଷ ସର୍ବଦା ଦାବି କରିଥାଏ ଯେ ରୁଷ ଲୋକଙ୍କ ସୁରକ୍ଷା ପାଇଁ କ୍ରିମିୟା କୁ ଅଧିକାର କରିବାକୁ ଇଛା ରଖିଛି l

ୟୁକ୍ରେନ ପାଇଁ ଗୋଟିଏ ସସମୟ ରେ କ୍ରିମିୟା ଗୋଟିଏ ଅଭିନ୍ନ ଅଙ୍ଗ ଥିଲା, ଏବଂ ଏହାକୁ ରୁଷ ର କବ୍ଜା ହେବା ୟୁକ୍ରେନ ପାଇଁ ବଡ଼ ଝଟକା, ୟୁକ୍ରେନ ର ଅର୍ଥ ବ୍ୟବସ୍ଥା ଏବଂ ପର୍ଯ୍ୟଟନ ପାଇଁ କ୍ରିମିଆ ଖୁବ ମହତ୍ଵପୁର୍ଣ ଅଟେ, କ୍ରିମିୟl ଉପରେ ରୁଷ ର କବ୍ଜା ରୁ ୟୁକ୍ରେନ ର ସଂପ୍ରଭୁତା ଏବଂ କ୍ଷେତ୍ରୀୟ ଅଖଣ୍ଡତା କୁ ନେଇ ପ୍ରଶ୍ନ ଉଠିଛି, ତେଣୁ ୟୁକ୍ରେନ ଦୀର୍ଘ ସମୟ ରୁ କ୍ରିମିୟା ଉପରେ ନିଜର ଅଧିକାର ପାଇବାକୁ ଚାହୁଁଚି l

Leave A Reply