Odisha news

ହେବ କି ତୃତୀୟ ବିଶ୍ୱଯୁଦ୍ଧ ଘୋଷଣା ? କଣ ରହିଛି ରୁଷର ଭିକ୍ଟରୀ ଡେ ପରେଡ ରେ ରହସ୍ୟ ‘ପ୍ଲାନ ମଇ ୯’

0

ନୂଆଦିଲ୍ଲୀ : ବର୍ତମାନ ମଧ୍ୟ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲୁ ରହିଛି l ଯାହା ବର୍ତମାନ ମଧ୍ୟ ନାଟୋ ଦେଶ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ଅଟେ l ଏହି ଯୁଦ୍ଧ କୁ ନେଇ ତୃତୀୟ ବିଶ୍ୱ ଯୁଦ୍ଧର ଅନୁମାନ ମଧ୍ୟ କିଛିଟା ଦେଶ ଆକଳନ କରୁଥିବା ବେଳେ ଆଉ କିଛି ଦେଶ ଶାନ୍ତିର ବୁଝାମଣା ପାଇଁ ଚିନ୍ତା କରୁଛନ୍ତି l ବର୍ତମାନ ପର୍ଯ୍ୟନ୍ତ କେବଳ ପରମାଣୁ ଯୁଦ୍ଧ କିମ୍ବା ବିଶ୍ୱଯୁଧ ହେବାର ଆକଳନ କରାଯାଉଥିଲା , କିନ୍ତୁ ପ୍ରଥମଥର ପାଇଁ ବିଶ୍ୱର କୌଣସି ଦେଶ ଏହା ଜଣାଇ ଦେଇଛି ଯେ ରୁଷ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ସାରା ବିଶ୍ୱକୁ ତୃତୀୟ ବିଶ୍ୱ ଯୁଦ୍ଧ କୁ ଠେଲି ଦେବ l ବ୍ରିଟେନ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ରୁଷ ନିଜର ଭିକ୍ଟରୀ ଡେ ଦିନ ନିଜ ବିରୋଧୀ ଶକ୍ତି ମାନଙ୍କ ଯୁଦ୍ଧର ଘୋଷଣା କରିପାରେ l

ରୂସ ର ସମ୍ମାନ ହେଉଛି ତାର ଭିକ୍ଟରୀ ଡେ ପରେଡ l ଦ୍ଵିତୀୟ ବିଶ୍ୱ ଯୁଦ୍ଧରେ ନାଜି ଓ ଜର୍ମାନୀ କୁ ହରାଇବା ପରେ ସୋଭିଏତ ସଙ୍ଘ ଭିକ୍ଟରୀ ଡେ ପରେଡ ପ୍ରଦର୍ଶନ କରିଥିଲା l ଏହି ଭିକ୍ଟରୀ ଡେ ପରେଡ ବିଶ୍ୱକୁ ଅନୁଭବ କରାଇ ଥାଏ ରୁଷ ର ସାମରିକ ଶକ୍ତି କୁ, ଏହି ପରେଡ ରେ ସାମିଲ ହୋଇଥିବା ଅସ୍ତ୍ରଶସ୍ତ୍ର ବିଶ୍ୱକୁ ଭାବିବାକୁ ବାଧ୍ୟ କରିଥାଏ ରୁଷ କେତେ ଶକ୍ତିଶାଳୀ l ବର୍ତମାନ ବିଶ୍ୱ ୟୁକ୍ରେନ ରେ ରୁଷ ର ଶକ୍ତି ପ୍ରଦର୍ଶନ କୁ ଦେଖୁଛି l କିନ୍ତୁ ରୁଷ ର ଏହି ବିଜୟ ପର୍ବରେ ଅନେକ ଦେଶ ବାଧକ ସାଜି ଠିଆ ହୋଇଛନ୍ତି l ଏପରି ସ୍ତିତି ରେ ପୁତିନ ଙ୍କ ସେନା ଭିକ୍ଟରୀ ଡେ ପରେଡ ର ଅଭ୍ୟାସ ଜାରି ରଖିଛି l ପୁତିନ ଜଣେଇ ଦେବାକୁ ଚାହୁଁଛନ୍ତି ଯେ ଏହି ଯୁଦ୍ଧରେ ୟୁକ୍ରେନ ର ପରାଜୟ ସୁନିଶ୍ଚିତ l

ମିଳିଥିବା ସୂଚନା ଅନୁସାରେ ପୁତିନ ଙ୍କ ଭିକ୍ଟରୀ ଡେ ପ୍ଲାନ ଆକ୍ଟିଭ ହୋଇ ସାରିଛି l ଏହାକୁ ନେଇ ଅନେକ ଶକ୍ତିଶାଳୀ ରାଷ୍ଟ୍ର ଭୟଭୀତ ହୋଇ ରହିଛନ୍ତି l ବ୍ରିଟେନ ର ରକ୍ଷା ସଚିବ କହିଛନ୍ତି ‘ମଇ ୯ତାରିଖ ରେ ରୁଷ ୟୁକ୍ରେନ ଉପରେ ତାର ବିଜୟ କୁ ଘୋଷଣା କରିପାରେ l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ରୁଷ ସୈନ୍ୟ ଙ୍କୁ ସେହି ସଫଳତା ମିଳିନାହିଁ ଯେପରି ପୁତିନ ଚାହୁଁଛନ୍ତି l କିନ୍ତୁ ଲାଗୁଚି ପୁତିନ କହି ପାରନ୍ତି ସାରା ବିଶ୍ୱରେ ରୁଷ ନାଜି ମାନଙ୍କ ବିରୁଦ୍ଧରେ ୟୁକ୍ରେନ ରେ ବଡ ସୈନ୍ୟ ଛାଉଣୀ କରିବାକୁ ଯାଉଛି l ‘

ୟୁକ୍ରେନ ର କିଛି ଖାସ ସ୍ଥାନରେ ରୁଷ ନିଜର ସୈନ୍ୟ ମୁତୟନ କରି ରଖିବାକୁ ଚାହୁଁଛି ରୁଷ l ମାରିଓପୋଲ ରେ ରୁଷ ସେନା ନିୟନ୍ତ୍ରଣ ରେ ରହିଛି l ତଥାପି ମଇ ୯ତାରିଖ ରେ ରୁଷ ନିଜର ଭିକ୍ଟରୀ ଡେ ପରେଡ ରେ କଣ କରିବାକୁ ଯାଉଛି ତାହା ଉପରେ ସାରା ବିଶ୍ୱର ନଜର ରହିଛି l ରୁଷ ଗଣମାଧ୍ୟମ ରେ ମଧ୍ୟ ତୃତୀୟ ବିଶ୍ୱଯୁଦ୍ଧ ର ଚର୍ଚା ଜୋର ଧରିଛି l
ବିଶ୍ୱ ସ୍ତରରେ ଆଲୋଚନା ଚାଲିଛି ଯେ ରୁଷ ନିଜ ଦେଶବାସୀ ଙ୍କୁ ମାନସିକ ସ୍ତରରେ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛି l ରୂସ ର ଗୋଟିଏ ଗଣମାଧ୍ୟମ ସୂତ୍ର ଅନୁଯାୟୀ ରୂସ ଯଦି ହାରିବ ତେବେ ତୃତୀୟ ବିଶ୍ୱଯୁଦ୍ଧ ନଚେତ ପରମାଣୁ ଆକ୍ରମଣ କରିବ l

Leave A Reply