Odisha news

ୟୁକ୍ରେନର ରାଜଧାନୀ କିବ ଉପରେ ପ୍ରଚଣ୍ଡ ଆକ୍ରମଣ : କ୍ଷେପଣାସ୍ତ୍ର ମାଡ଼ରେ ଜଳୁଛି ଟିଭି ଷ୍ଟେସନ

0

କିବ୍ : ୟୁକ୍ରେନର ରାଜଧାନୀ କିବ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି ରୁଷିଆ । ଏହି ସହର ଉପରେ ଘନ ଘନ ମିସାଇଲ ଓ ରକେଟ୍ ମାଡ଼ କରିଚାଲିଛି । ଏହା ସହିତ ରୁଷୀୟ ସେନା ସମଗ୍ର ରାଜଧାନୀକୁ ଘେରିଯାଇଛନ୍ତି ।

ରୁଷିଆର ମିସାଇଲ ମାଡ଼ରେ କିବରେ ଥିବା ଟିଭି ଷ୍ଟେସନ ନଷ୍ଟ ହୋଇଯାଇଛି । ଏହା ଫଳରେ ୟୁକ୍ରେନର ସରକାରୀ ଟିଭି ଚ୍ୟାନେଲର ପ୍ରସାରଣ ବନ୍ଦ ହୋଇଯାଇଛି ।

ଏହା ପୂର୍ବରୁ କିବରେ ଥିବା ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ଓ ସାମରିକ ପ୍ରତିଷ୍ଠାନ ନିକଟରେ ନ ରହିବାକୁ ସାଧାରଣ ନାଗରିକଙ୍କୁ ସତର୍କ କରିଦେଇଥିଲା ରୁଷିଆ । ୟୁକ୍ରେନ ଟିଭି ଦ୍ବାରା ମିଥ୍ୟା ପ୍ରଚାର କରାଯାଉଥିବାରୁ ଏହି ଆକ୍ରମଣ କରାଯାଇଛି ବୋଲି ରୁଷିଆ କହିଛି ।

ଅନ୍ୟପକ୍ଷରେ କିବରେ ଆଉ କୌଣସି ଭାରତୀୟ ନାହାନ୍ତି । କିବରୁ ଆଉ କୌଣସି ଭାରତୀୟ ନାଗରିକଙ୍କ ଫୋନ ଆସୁନାହିଁ ବୋଲି ଭାରତର ବିଦେଶ ସଚିବ ହର୍ଷ ସିଂଗଲା କହିଛନ୍ତି । ତେବେ ଖାରକ୍ରିବରେ ଏବେ ବି ଅନେକ ଭାରତୀୟ ଫସି ରହିଛନ୍ତି, ତେବେ ସେମାନେ ବିପଦପୂର୍ଣ୍ଣ ଅଂଚଳରୁ ବାହାରେ ଅଛନ୍ତି ବୋଲି ସେ କହିଛନ୍ତି ।

ଏହି ଆକ୍ରମଣ ମଧ୍ୟରେ ବୁଧବାରଦିନ ଯୁଦ୍ଧ ବନ୍ଦ ପାଇଁ ରୁଷିଆ ଓ ୟୁକ୍ରେନ ମଧ୍ୟରେ ୨ୟ ପର୍ଯ୍ୟାୟ ଆଲୋଚନା ହେବ । ଏହି ଆଲୋଚନା ପୂର୍ବପରି ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ହେବ ।

Leave A Reply