ନୂଆଦିଲ୍ଲୀ : ୟୁକ୍ରେନ ର ପ୍ରସିଧ ଅଲମ୍ପିକ୍ସ ଖେଳାଳି ଭ୍ଲାଦିଶ୍ଲାବ ବର୍ତମାନ ନିଜ ଦେଶକୁ ରକ୍ଷା କରିବା ପାଇଁ ଅସ୍ତ୍ର ଉଠାଇ ଛନ୍ତି । ଭ୍ଲାଦିଶ୍ଲାବ ଗୋଟିଏ ଇଣ୍ଟରଭ୍ୟୁ ରେ କହିଛନ୍ତି ଯେ ” ମୁଁ ଗୋଟିଏ ଛାତ୍ର, ମୋର ଏଭଳି କୌଣସି ଜିନିଷ ରେ ଅଭିଜ୍ଞତା ନାହିଁ । ତଥାପି ମୁଁ ନିଜ ଦେଶ ପାଇଁ ଏଭଳି ପଦକ୍ଷେପ ନେଇଛି । ‘
ଋସ ସୈନ୍ୟ ମାନେ ୟୁକ୍ରେନ ରାଜଧାନୀ କୁ ଚାରି ପଟରୁ ଘେରି ନେଇଛନ୍ତି । ୟୁକ୍ରେନ ର ଅଲମ୍ପିଙ୍କ ଖେଳାଳି ଓ ପାରା ଅଲମ୍ପିକ୍ସ ଖେଳାଳି ଅଲମ୍ପିକ୍ସ ମହାସଂଘ କୁ ଚିଠି ଲେଖି ଜଣାଇ ଛନ୍ତି ଯେ ଋସ ଓ ବେଲାଋଷ କୁ ଏହି ଅଲମ୍ପିକ୍ସ ରୁ ବହିଷ୍କୃତ କରିବା ପାଇଁ । ଏଥିରେ ୨୪ ଟି ଦେଶ ହସ୍ତାକ୍ଷର କରିଛନ୍ତି ।