Odisha news

ରୁଷିଆ – ୟୁକ୍ରେନ ଯୁଦ୍ଧ : ୟୁକ୍ରେନ ମହିଳାଙ୍କର ରୁଷ ସୈନ୍ୟଙ୍କୁ ପ୍ରଶ୍ନ ତମେ ମୋ ଦେଶରେ କଣ କରୁଛ ?

0
ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷ ମଧ୍ୟରେ ଗୁରୁବାର ଦିନ ଠାରୁ ଯୁଦ୍ଧ ଆରମ୍ଭ ହୋଇ ଯାଇଛି l ରୁଷ ସୈନିକ ମାନେ ୟୁକ୍ରେନ ସୀମାକୁ ପାର କରି ସେଠାକାର ସହର ରେ ଦାଖଲ ହୋଇଛନ୍ତି l ରୁଷ ର ଏହି କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଛି l ୟୁକ୍ରେନ ର ଜନସାଧାରଣ ରୁଷ ର ଏହି ପଦକ୍ଷେପ କୁ ନେଇ ଟୋକିଓ ରୁ ନେଇ ନ୍ୟୁୟର୍କ ପର୍ଯ୍ୟନ୍ତ ରୁଷ ଦୂତାବାସ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି l ଠିକ ସେହି ସମୟରେ ସୋସିଆଲ ମିଡିଆରେ ୟୁକ୍ରେନ ର ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହୋଇଛି l ଭିଡିଓ ରେ ଦେଖିବାକୁ ମିଳିଛି ଯେ ଉକ୍ତ ମହିଳା ଜଣଙ୍କ ରୁଷ ର ଜଣେ ସୈନ୍ୟଙ୍କୁ କିଛି କହୁଛନ୍ତି l

ଟୁଇଟର ରେ ସମସ୍ତେ ଉକ୍ତ ମହିଳାଙ୍କ ପ୍ରଶଂସା କରି ତାଙ୍କୁ ନିର୍ଭିକ କହିଛନ୍ତି l ଉକ୍ତ ମହିଳା ଜଣଙ୍କ ଅସ୍ତ୍ର ଧରିଥିବା ରୁଷ ସୈନ୍ୟଙ୍କୁ ପଚାରିଛନ୍ତି ଯେ ତମେ କିଏ ଓ ମୋ ଦେଶ ରେ କଣ କରୁଛ? ଯାହାର ଉତ୍ତର ରେ ରୁଷ ସୈନ୍ୟ କହିଥିଲେ ଯେ ଏଠାରେ ଆମର ଏକ୍ସରସାଇଜ ଅଛି, ଆପଣ ଅନ୍ୟ ରାସ୍ତାରେ ଯାଆନ୍ତୁ l ଯେତେବେଳେ ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସେ ରୁଷ ସୈନ୍ୟ ବୋଲି ତାଙ୍କ ବିରୁଦ୍ଧରେ ଆପତ୍ତି ଜନକ ଶବ୍ଦ ପ୍ରୟୋଗ କରିଥିଲେ l ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହାର ଭିଡିଓ ଉତ୍ତାଳନ କରିଥିଲେ l ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇ ରାଲ ହେଉଛି l ରୁଷ ସୈନ୍ୟ ମାନେ ୟୁକ୍ରେନ ର ରାଜଧାନୀ ର ନିକଟତର ଅଛନ୍ତି l

Leave A Reply