Odisha news

ଏହିସବୁ ସ୍ଥିତିରେ ରୁଦ୍ରାକ୍ଷ ଧାରଣ କରିବା ଉଚିତ ନୁହେଁ, ନଚେତ ହୋଇ ପାରନ୍ତି ବଡ ବିପଦର ସମୁଖୀନ

0

ଆମ ହିନ୍ଦୁ ଧର୍ମରେ ରୁଦ୍ରାକ୍ଷ କୁ ଖୁବ ମହତ୍ୱ ଦିଆ ଯାଇଥାଏ l ମାନ୍ୟତା ରହିଛି ଯେ ଭଗବାନ ମହାଦେବ ଙ୍କ ଚକ୍ଷୁ ର ଅଶୃ ରୁ ରୁଦ୍ରାକ୍ଷ ର ସୃଷ୍ଟି l ଧର୍ମ, ଜ୍ୟୋତିଷ ଶାସ୍ତ୍ର ଓ ବିଜ୍ଞାନରେ ମଧ୍ୟ ରୁଦ୍ରାକ୍ଷ ଧାରଣ କରିବା ପାଇଁ କୁହାଯାଇଛି l ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଅନେକ ସଙ୍କଟରୁ ମୁକ୍ତି ମିଳିଥାଏ l ଏହା ମନକୁ ସ୍ଥିର ରଖି ସକାରାତ୍ମକ ଶକ୍ତି ଭରିଥାଏ l ରୁଦ୍ରାକ୍ଷ ସେତେବେଳେ ଶୁଭଫଳ ଦେଇଥାଏ ଯେତେବେଳେ ଏହାକୁ ବିଧିବଧ ଭାବରେ ଧାରଣ କରାଯାଇ ଥାଏ l

ରୁଦ୍ରାକ୍ଷ ଧାରଣ କରିବା ବେଳେ କିଛିଟା ନିୟମ ମାନିବା ଆବଶ୍ୟକ –

– କୁହାଯାଏ ଯେ ମାଟିଏ ସନ୍ତାନକୁ ଜନ୍ମ ଦେବା ପରେ ଉଭୟ ମା ଓ ଛୁଆ କିଛିଦିନ ପାଇଁ ଅଶୁଦ୍ଧ ରହି ଥାଆନ୍ତି l ତେଣୁ ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ଏପରି ସ୍ଥାନକୁ ଯିବା ଉଚିତ ନୁହେଁ l ଯଦି ଏପରି ସ୍ଥାନକୁ ଯାଉଛନ୍ତି ତେବେ ରୁଦ୍ରାକ୍ଷ କୁ ଖୋଲି ରଖିକି ଯିବା ଆବଶ୍ୟକ ଓ ପରେ ଏହାକୁ ଗଙ୍ଗା ଜଳରେ ଧୋଇ ଧାରଣ କରିବା ଉଚିତ l

– ରୁଦ୍ରାକ୍ଷ ଧାରଣ କରି ଭୁଲ ରେ ସୁଧା ମାଂସ, ମଦିରା ଓ ଧୁମ୍ରପାନ କରିବା ଉଚିତ ନୁହେଁ l ଏହାଦ୍ୱାରା ରୁଦ୍ରାକ୍ଷ ଅପବିତ୍ର ହୋଇ ଯାଇଥାଏ l ଜୀବନରେ ଅନେକ କ୍ଳେଶ ଦେଖା ଯାଇଥାଏ l

– ଶୋଇବା ସମୟରେ ରୁଦ୍ରାକ୍ଷ ଧାରଣ କରି ଶୋଇବା ଉଚିତ ନୁହେଁ l ଶୋଇବା ସମୟରେ ରୁଦ୍ରାକ୍ଷ କାଢି ତକିଆ ତଳେ ରଖି ଦିଅନ୍ତୁ l ଏହାଦ୍ୱରା ମନ ଶାନ୍ତ ରହିଥାଏ ଓ ଖରାପ ସ୍ବପ୍ନ ଆସି ନଥାଏ l

– ଶବ ଯାତ୍ରାରେ ରୁଦ୍ରାକ୍ଷ ଧାରଣ କରି ଯିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ରୁଦ୍ରାକ୍ଷ ଅଶୁଦ୍ଧ ହୋଇଯାଏ ଓ ଜୀବନ ପ୍ରତି ବିପଦ ଆସିଥାଏ l

– ରୁଦ୍ରାକ୍ଷ ଧାରଣ କରି କଦାପି ପରନିନ୍ଦା, ପର ଆଲୋଚନା, ଘୃଣା, ଅହଂକାର କରିବା ଉଚିତ ନୁହେଁ l ଏହାଦ୍ୱାରା ଜୀବନ ପ୍ରତି ବିପଦ ଆସିଥାଏ ଓ ଧନହାନି ହୋଇଥାଏ l

– ରୁଦ୍ରାକ୍ଷ ଧାରଣ କରି କାହାକୁ ଖରାପ ବ୍ୟବହାର କରିବା ଠିକ ନୁହେଁ l କାରଣ ଅନ୍ୟ ମନରେ କଷ୍ଟ ଦେବା ଦ୍ୱାରା ରୋଗ ବ୍ୟାଧି ର ସମୁଖୀନ ହେବେ l

– ରୁଦ୍ରାକ୍ଷ ଧାରଣ କରି ବଡ଼ ମାନଙ୍କ ପ୍ରତି ସମ୍ମାନ, ଭକ୍ତି ରଖିବା ଉଚିତ , ନଚେତ ଜୀବନରେ ମହା ବିପତି ଆସିଥାଏ l

Leave A Reply