Odisha news

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ

0

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ବୁଧବାର ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ୧୨.୩୦ରେ ପ୍ରକାଶ କରାଯିବ। ଏହାପରେ ୱେବସାଇଟ୍ www.orissaresults.nic.inରେ ଉପଲବ୍ଧ ହେବ। ସିଏଚ୍‌ଏସ୍‌ଇ ଫୋନ୍‌ ନମ୍ବର ୦୬୭୪-୨୩୦୦୯୧୪, ୦୬୭୪-୨୩୦୦୯୦୭।

ଚଳିତବର୍ଷ ରାଜ୍ୟରେ  ୯୭ ହଜାର ୫୩୬ ଛାତ୍ରଛାତ୍ରୀ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ରେ ପରୀକ୍ଷା ଦେଇଛନ୍ତି। ଲକ୍‌ଡାଉନ୍ କଟକଣା ଯୋଗୁ ଚଳିତ ବର୍ଷ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଖାତା ଦେଖାରେ ସମସ୍ୟା ସୃଷ୍ଟି ହୋଇଥିଲା। ଅଗଷ୍ଟ ତୃତୀୟ ସପ୍ତାହରେ +୨ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ।

Leave A Reply