Odisha news

ନାଲି ଗାମୁଛା ଆସିଲା କାମରେ : ୨ଟି କୃଷକ ବଞ୍ଚାଇଲେ ଯାତ୍ରୀ ମାନଙ୍କ ଜୀବନ

ନୂଆଦିଲ୍ଲୀ : ବିହାର ରେ ୨ଟି କୃଷକଙ୍କ କାରଣରୁ ଗୋଟିଏ ଟ୍ରେନ ଦୁର୍ଘଟଣା କୁ ଅଟକା ଯାଇ ପାରିଲା । କୃଷକ ମାନଙ୍କ ନାଲି ଗାମୁଛା ର ଇସରାକୁ ବୁଝି ହାଓଡ଼ା – ବିକାନେର ଏକ୍ସପ୍ରେସ ର ଚାଳକ ଏମରଜେନ୍ସି ବ୍ରେକ ଲଗାଇ ଥିଲେ । ଯେଉଁ କାରଣରୁ ଟ୍ରେନ ଟି ଭଙ୍ଗା ରେଳ ଧାରଣା ଉପରେ ଗଡିବା ବଦଳରେ ଅଟକି ଯାଇଥିଲା । ସୂଚନା ମିଳିବା କ୍ଷଣି ଷ୍ଟେସନ ମାଷ୍ଟର ଙ୍କ ସହିତ ଅନ୍ୟ ରେଳବାଇ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହାପରେ ରେଳ ଧାରଣା ଠିକ୍ କରାଯାଇଥିଲା ଓ ୪୫ମିନିଟ୍ ବିଳମ୍ବରେ ଗନ୍ତବ୍ୟ ସ୍ଥଳକୁ ଟ୍ରେନ ଟିକୁ ପଠା ଯାଇଥିଲା ।
ପଣ୍ଡିତ ଦିନ ଦୟାଲ ଜଙ୍କସନ୍ ଓ ଗୟା ରେଳ ଖଣ୍ଡ ମଧ୍ୟରେ ପୁସୌଲି ରେଳ ଷ୍ଟେସନ ର ୧କିମି ପଶ୍ଚିମ କୁଦରା ଥାନା ଅଂଚଳର ଘଟାବା ଗ୍ରାମର ୨ଟି ଚାଷୀ ବିଲକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ନଜର ରେଳ ଧାରଣା ଉପରେ ପଡ଼ିଲା । କୃଷକ ଦୁଇଜଣ ନିଜ ବୁଦ୍ଧି ବଳରେ ନିଜ କାନ୍ଧରେ ପଡିଥିବା ନାଲି ଗମୁଛାକୁ କାଢ଼ି ରେଳ ଚଳକଙ୍କୁ ଇଶାରା କରିଥିଲେ । ଏହାପରେ ଚାଳକ ଏମାଜେନ୍ସି ବ୍ରେକ ମାରି ଟ୍ରେନ ଅଟକାଇ ଥିଲେ ଓ ଘଟଣା ବିଷୟରେ ବୁଝି ଜାଣିଲେ । ଏହାପରେ ରେଳ ବିଭାଗ କର୍ମଚାରୀ ଆସି ୪୫ ମିନିଟ୍ ଭିତରେ ରେଳ ଧାରଣା କୁ ଠିକ୍ କରିଥିଲେ ।
ରେଳ ବିଭାଗ କର୍ତ୍ରୁ ପକ୍ଷ କହିଛନ୍ତି ଯେ କୃଷକ ଦୁଇଜଣଙ୍କ ର ଉପଯୁକ୍ତ ବୁଦ୍ଧି ଯୋଗୁଁ ଲୋକ ମାନଙ୍କର ଜୀବନ ରକ୍ଷା ହୋଇ ପାରିଲା ।

Comments are closed.