ମିଡିଆ ପ୍ରଡକ୍ସନ୍ କମ୍ପାନୀ ସ୍ପେସ୍ ହିରୋ ଏକ ଅଜବ ରିୟାଲିଟି ଶୋ’ କରିବାକୁ ଯାଉଛି । ଯୋଜନା ଅନୁଯାୟୀ
ଶୋ’ର ବିଜେତାଙ୍କୁ ୧୦ ଦିନ ପାଇଁ ମହାକାଶ ଯାତ୍ରାରେ ପଠାଯିବ ଏବଂ ସେହି ଯାତ୍ରାକୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରାଯିବ । ବିଜେତା ୨୦୨୩ରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାତ୍ରା ସୁଯୋଗ ଲାଭ କରିବେ । ତାହା ମଧ୍ୟ ହେବ ପ୍ରସ୍ତାବିତ ରିୟାଲିଟି ଶୋ’ର ଅଂଶବିଶେଷ । ଏହି ସିରିଜ୍ର ନାମ ରଖାଯାଇଛି ସ୍ପେସ୍ ହିରୋ । କହିବା ବାହୁଲ୍ୟ ଏହା ହେବ ପୃଥିବୀର ପ୍ରଥମ ମହାକାଶୀୟ ରିୟାଲିଟି ଶୋ’ । ଶୋ’ର ଆୟୋଜକମାନେ କହିଛନ୍ତି ଏଲନ୍ ମସ୍କ ସ୍ପେସ୍ଏକ୍ସ କ୍ରୁ ଡ୍ରାଗନ୍ ମହାକାଶ ଯାନରେ ଗୋଟିଏ ସିଟ୍ ରିଜର୍ଭ କରାଯାଇଛି । ନାସା ସହ ମଧ୍ୟ
ସ୍ପେସ୍ ହିରୋ କମ୍ପାନୀ କର୍ତ୍ତୃପକ୍ଷ ଏହି ଟିଭି ଶୋ’ ସମ୍ପର୍କରେ ଆଲୋଚନା କରିଛନ୍ତି । ସ୍ପେସ୍ ହିରୋ କମ୍ପାନୀର ଅଧ୍ୟକ୍ଷ ମାର୍ଟି ପୋମ୍ପାଡୁର୍ କହିଛନ୍ତି ମନୋରଞ୍ଜନ କ୍ଷେତ୍ରର ବ୍ୟକ୍ତିମାନଙ୍କୁ ପୃଥିବୀ ବାହାରକୁ ଯିବାର ସୁଯୋଗ ଦେବାରେ ତାଙ୍କ କମ୍ପାନୀ ଅଗ୍ରଣୀ ଭୂମିକା ନିଭାଇବ । ମହାକାଶକୁ ସମସ୍ତଙ୍କ ପାଇଁ ଉନ୍ମìକ୍ତ କରିବା ଏହି ଶୋ’ର ଉଦ୍ଦେଶ୍ୟ । ମହାକାଶ ଯାତ୍ରା ଲାଗି ଉପଯୁକ୍ତ ବ୍ୟକ୍ତି ଚୟନ ପ୍ରକ୍ରିୟା ବିଶ୍ୱସ୍ତରରେ ଅନୁଷ୍ଠିତ ହେବ । ତେଣୁ ଯେ କେହି ମହାକାଶ ପ୍ରେମୀ ଗଏଥିପାଇଁ ଦରଖାସ୍ତ କରିପାରିବେ ।
Prev Post