Odisha news

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ କାରବାର ନେଇ ଜନ ପ୍ରତିନିଧିଙ୍କ ଅଭିଯୋଗ

0

ରାୟଗଡା,୯ ।୯(( ରବୀନ୍ଦ୍ର ପାଟଖଣ୍ଡଳ ))-ରାୟଗଡ଼ା ଜିଲ୍ଲାରେ ୫ଟି ଯୋଜନା ସତେ ଯେମିତି ପଙ୍ଗୁ ହୋଇଯାଇଛି । ଲାଞ୍ଚ ନଦେଲେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ହେଉ ବା ବିଜୁ ପକ୍କାଘର ଯୋଜନାର ଫାଇଲ ବଢୁନାହିଁ । ଏହି ପଞ୍ଚାୟତରେ ୭ ଶହ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଲେ ହିଁ ବିଲ୍‌ ହୋଇପାରୁଛି । ଯାହାକୁ ନେଇ ଆଦିବାସୀ ଲୋକେ ସମସ୍ୟା ଭିତରେ ଛନ୍ଧି ହୋଇ ପଡିଛନ୍ତି । ଶେଷରେ ଅସୟ ହେବାରୁ ସରପଞ୍ଚ ଏବଂ ଗ୍ରାମବାସୀ ଲିଖିତ ଅଭିଯୋଗ ଧରି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ରାୟଗଡ଼ା ବ୍ଲକ ଗୁମ୍ମା ପଞ୍ଚାୟତରେ ମନରେଗା ଯୋଜନା ଏବଂ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ହୋଇଛି । ସରପଞ୍ଚ ଦାସରଥି ମିଣିଆକା, ସମିତି ସଭ୍ୟ ବିଟୁ ବିଡ଼ିକା ଏବଂ ଗ୍ରାମବାସୀ ମିସି ଏଭଳି ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା ଗ୍ରହଣ କରି ତୁରନ୍ତ ଏହାର ତଦନ୍ତ କରିବାକୁ ବିଡ଼ିଓ ରାୟଗଡ଼ା ରାଜେନ୍ଦ୍ର ମାଝିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।

ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗଯେ ଗୁମ୍ମା ପଞ୍ଚାୟତର ଗ୍ରାମ ରୋଜଗାର ସେବକ ଲିଙ୍ଗରାଜ ତାଡ଼ଙ୍ଗୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଫାଇଲ ଆରମ୍ଭ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିବା ବେଳେ ପ୍ରତି ବିଲରେ ୭ଶହ ଟଙ୍କା ଠାରୁ ୧୦ ହଜାର ଟଙ୍କାଯାଏ ଲାଞ୍ଚ ନେଉଥିବା ସରପଞ୍ଚ ଦାଶରଥି ମିଣିଆକା କହିଛନ୍ତି । ଏହି ଅଭିଯୋଗର ସତ୍ୟା ପାଇଁ ଗୁମ୍ମା ପଞ୍ଚାୟତ ଅନ୍ତଗତ ରାଇକଣା ଗ୍ରାମକୁ ଯାଇ ବୁଝାବଝି କରିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଜଗାବନ୍ଧୁ ପ୍ରେପାକାଙ୍କ ମୃତୁ୍ୟ ହୋଇଥିବା ବେଳେ ତାଙ୍କ ବିଧବା ପତ୍ନୀ ସୁକାଇ ପ୍ରେପାକାଙ୍କ ଠାରୁ ଜିଆରଏସ ଲିଙ୍ଗରାଜ ୧୦ ହଜାର ଟଙ୍କା ଦାବୀ କରୁଥିବା ବେଳେ ୩ ହଜାର ଟଙ୍କା ଦେଇଥିବା କହିଛନ୍ତି । ତଥାପି ବିଲ ନହେଇ ଫାଇଲ ପଡ଼ିରହିଥିବା ରହଛି ଯଦ୍ୱାରା ଆଜିଯାଏ ଘରର କବାଟ ଲାଗିନାହିଁ ।

ସିମେଣ୍ଟ ପଲସ୍ତର ହୋଇନାହିଁ ଏବଂ ଶୌଚାଳୟ ତିଆରି ହୋଇନାହିଁ । ତେଣୁ ଠିକ ସେହିପରି ସେହି ଗ୍ରାମର ବାଲ୍ମୀକି ନାଗଙ୍କୁ ପ୍ରଧାନ ମନ୍ତ୍ରୀ ଯୋଜନାରେ ଘର ଖଣ୍ଡିଏ ମିଳିଛି ସେ ଦିନ ମଜୁରୀଆ ହୋଇଥିବା ବେଳେ ତାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ ଲିଙ୍ଗରାଜ । ବାଧ୍ୟହୋଇ ଧାର ଉଧାର କରି ବାଲ୍ମୀକି ୨୭୦୦ଟଙ୍କା ଦେଇଛନ୍ତି କିନ୍ତୁ ଆଜିଯାଏ ବିଲ କରାନଯିବାରୁ ଶୌଚାଳୟ, ଘରର ପଲସ୍ତର ଏବଂ କବାଟ ଲାଗିଲାହିଁ । ବାରମ୍ବାର ଘରେ ସାପ ପରୀ ଏନେକ ସରୀସୃପ ଘରକୁ ଆସିଯାଉଛି । ତେଣୁ ବହୁତ ସମସ୍ୟା ହେଉଛି ବୋଲି ଝିଅ ଜ୍ୟୋତି ନାଗ କହିଛନ୍ତି । ଏଭଳି ଆଉଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଲା ନଗେରା କାର୍ଯ୍ୟପାଇଁ ଜବକାର୍ଡ଼ ନମ୍ବର କମ୍ପୁଟର କରଣ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସରପଞ୍ଚ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ରାୟଗଡ଼ା ବ୍ଲକ ବିଡ଼ିଓ ରାଜେନ୍ଦ୍ର ମାଝିଙ୍କୁ ପଚାରିବାରୁ ଏହି ଅଭିଯୋଗର ଜିଲ୍ଲାପାଳଙ୍କ ଆଦେଶ ପ୍ରକାରେ ତଦନ୍ତ ଚାଲିଛି ଦିନେ ଦୁଇଦିନ ପରେ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦିଆଯିବ ।

Nalco
Leave A Reply