Odisha news

ଜେଇଇ ମେନ୍‌ ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନର ବ୍ୟବସ୍ଥାରେ ଗଲେ ପରୀକ୍ଷାର୍ଥୀ

0

ରାୟଗଡା (Rabindra Patkhandal) :  ରାଜ୍ୟ ସରକାରଙ୍କ ଆଦେଶ ପ୍ରକାରେ ଜିଲ୍ଲା ପ୍ରଶାସନ ତରଫରୁ ୧୦ ଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶାସନିକ ବ୍ୟବସ୍ଥାରେ ଗୋଟିଏ ବସ୍‌ ଯୋଗେ ଗଞ୍ଜାମ ଏବଂ ଭୂବନେଶ୍ୱର ପଠାଗଲା । ଗତ ସୁକ୍ରବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଥିଲେ ଯେ ରାଜ୍ୟର ସମସ୍ତ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ଯାତାୟତ ଓ ରହିବା ଖର୍ଚ୍ଚ ସରକାର ବହନ କରିବେ ତେଣୁ ଅଗଷ୍ଟ ୩୧ ସୁଦ୍ଧା ପଞ୍ଜୀକରଣ କରିବାକୁ ଜଣାଇଥିଲେ ।

ସେହି ଆଦେଶ ଅନୁଯାଇ ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ମାସ ୧ ତାରିଖରୁ ୪ ତାରିଖ ଯାଏ ଅନୁଷ୍ଟିତ ହେବାକୁ ଥିବାବେଳେ ରାୟଗଡ଼ା ଜିଲ୍ଲା ଶିଳ୍ପ ପ୍ରଶିକ୍ଷଣ ସଂସ୍ଥା ଆନୁକୁଲ୍ୟରେ ୧୦ ଜଣ ଜେଇଇ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ଗଞ୍ଜାମ ଓ ଭୂବନେଶ୍ୱରକୁ ବସ୍‌ ଯୋଗେ ପଠାଗଲା । ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ଜଣ ବ୍ରହ୍ମପୁର ଠାରେ ପରୀକ୍ଷା ଦେବାକୁ ଥିବାବେଳେ ୬ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱର ଠାରେ ପରୀକ୍ଷା ଦେବେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ବସ ଯାତ୍ରାକୁ ଶୁଭାରମ୍ଭ କରିଥିଲେ ।

Leave A Reply