ରାୟଗଡା,୨୯ ।୮(Rabindra Patkhandal) : ରାୟଗଡ଼ା ଜିଲ୍ଲାରେ ସ୍ଥିତି ସାଂଘାତିକ କଲା କରୋନା ମାତ୍ର ଦୁଇ ଦିନରେ ୯୪୫ ନୂଆଁ ଆକ୍ରାନ୍ତ ଚିହ୍ନଟ । ତେବେ ଅଗଷ୍ଟରେ ୩୭୬୮ ଆକ୍ରାନ୍ତ ହୋଇଥବା ବେଳେ ସମସ୍ତ ପଜିଟିଭକୁ ମିସାଇ ସଂଖ୍ୟା ୪୬୬୫କୁ ଛୁଇଁଛି ।
ଜିଲ୍ଲାର ନୂଆଁ କୋରନାର ଆକ୍ରାନ୍ତ ସଂଖ୍ୟା ଦେଖି ଲୋକଙ୍କ ମନରେ ପୁଣି ଛନକା ପସିଛି । ତେବେ ଆଜି ଚିହ୍ନଟ ହୋଇଥିବା ସମସ୍ତ ୪୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୭ଜଣ ପୁରୁଷ ଥିବା ବେଳେ ୧୬୩ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୪୩ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି ।
ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୩୮ ଜଣ ଚିହ୍ନଟ ହୋଇଥିଲା । ସେହିପରି ରାୟଗଡ଼ା ଗ୍ରାମାଞ୍ଚଳରୁ ୯୧, ଗୁଣପୁର ପୌରାଞ୍ଚଳରୁ ୫୦, ଗୁଣପୁର ଗ୍ରାମାଞ୍ଚଳ ୧୮, କାଶିପୁରରୁ ୪୬, ମୁନିଗୁଡାରୁ ୨୮,କଲୋନରାରୁ ୩୪, ବିଷମ କଟକରୁ ୬୧,କଲ୍ୟାଣସିଂହପୁରରୁ ୨୮, ରାମନାଗୁଡ଼ାରୁ ୨୦, ପଦ୍ମପୁରରୁ ୨୦, ଚନ୍ଦ୍ରପୁରରୁ ୧୫ ଏବଂ ଗୁଡ଼ାରୀରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୬୫ ରେ ପଞ୍ଚିଚିଥିବା ବେଳେ ସୁସ୍ଥ ହୋଇ ୨୪୫୮ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨ ରେ ପହଞ୍ଚିିଛି । ୨୧୮୫ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି ।
ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୫୧୮ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୩୬୧ ସୁସ୍ଥ ହୋଇଛନ୍ତି ଏବଂ ୧୫୭ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ବୋଲି କୋଭିଡ଼ ନୋଡ଼ାଲ ଅଧିକାରୀ ତଥା ପିଡ଼ି ଡ଼ିଆରଡ଼ିଏ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ କରୋନା ସଂକ୍ରମଣର ଶୀକାର ହୋଇଥିବା ବେଳେ ବର୍ତ୍ତମାନ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି୍ । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଂର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।