Odisha news

କେବଳ ଅଗଷ୍ଟରେ ଆକ୍ରାନ୍ତ ସଂଖ୍ୟା ୨୬୬୯ , ଜିଲ୍ଲାର ମୋଟ ସଂଖ୍ୟା ୩୫୬୬କୁ ଛୁଇଁଲା

0

ରାୟଗଡା,୨୬ ।୮(Rabindra Pakhnadal)- ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ କିନ୍ତୁ ଏବେ ଦ୍ରୁତ ଗତିରେ ଦୈଡ଼ୁଛି କରୋନା ଅଗଷ୍ଟ ୧ ତାରିଖରୁ ଆଜି ଯାଏ ୨୬ଦିନରେ ଶହ ଶହ ଆକ୍ରାନ୍ତ ଚିହ୍ନଟ ହୋଇଥବା ବେଳେ ସମସ୍ତ ପଜିଟିଭ ଚିହ୍ନଟ ମିସାଇ ସଂଖ୍ୟା ୩୫୬୬କୁ ଛୁଇଁଛି । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା ଜିଲ୍ଲାରେ କେବଳ ଅଗଷ୍ଟ ମାସରେ ୨ହଜାର ୬ଶହ ୬୯କୁ ଟୋପିଛି ଆକ୍ରାନ୍ତଙ୍କ ସଂଖ୍ୟା ତେବେ ଏହା ଦିନକୁ ଦିନ ସଙ୍ଗିନ ରୁପ ନେବାକୁ ଯାଉଛି ।

ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୫ ଜଣ ପୁରୁଷ ଥିବା ବେଳେ ୩୧ ଜଣ ମହିଳା ଅଛନ୍ତି । ୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪୪ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୧୧ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୪୬ ଜଣଙ୍କ ମଧ୍ୟରୁ ରାୟଗଡା ପୌରାଞ୍ଚଳରୁ ୧, ରାୟଗଡ଼ା ଗ୍ରାମାଞ୍ଚଳରୁ ୧, ଗୁଣପୁର ପୌରାଞ୍ଚଳରୁ ୧୦, ଗୁଣପୁର ଗ୍ରାମାଞ୍ଚଳ ୩, ଚନ୍ଦ୍ରପୁରରୁ ୧୨,ବିଷମ କଟକରୁ ୨୧, ଗୁଡାରୀରୁ ୧୩, ମୁନିଗୁଡାରୁ ୭୩, କଲୋନରାରୁ ୩ ଏବଂ ପଦ୍ମପୁରରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୬୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ୨୦୩୬ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧ ରେ ପହଞ୍ଚିଛି ।

୧୫୦୯ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ କରୋନା ଯୋଦ୍ଧା ସଂକ୍ରମଣର ଶୀକାର ହେଉଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୪୫୯ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୩୩୨ ସୁସ୍ଥ ହୋଇଛନ୍ତି ଏବଂ ୧୨୭ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗର କର୍ମଚାରୀ ମାନେ କରୋନା ସଂକ୍ରମଣର ଶୀକାର ହୋଇଥିବା ବେଳେ ବର୍ତ୍ତମାନ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି୍ । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଙ୍ଗ ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Leave A Reply