ରାୟଗଡାରେ ଆଜି ୧୬୦ ଜଣ କରୋନା ପଜିଟିଭ ଚିହ୍ନଟ : ପଜିଟିଭ ସଂଖ୍ୟା ୨୨୨୬ରେ ପହଞ୍ଚିଲା , ଜିଲ୍ଲାରେ ମାତ୍ର ୪୮ ଦିନରେ ଦୁଇ ହଜାର ପାରହେଲା କରୋନା ଆକ୍ରାନ୍ତ ସଂଖ୍ୟା
ରାୟଗଡା (Rabindra Patkhandal) : ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ କିନ୍ତୁ ଆଜିର ୧୬୦ ଜଣଙ୍କ ପଜିଟିଭ ଚିହ୍ନଟ ମିସାଇ ସଂଖ୍ୟା ୨୨୨୬କୁ ଛୁଇଁଛି । ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୪୮ ଦିନରେ ଦୁଇ ହଜାରକୁ ଟୋପିଛି ଆକ୍ରାନ୍ତଙ୍କ ସଂଖ୍ୟା ତେବେ ଗତ ୩ ଦିନରେ ରାୟଗଡା ଜିଲ୍ଲାରୁ ୪୨୨ ପିଜିଟିଭ୍ ଚିହ୍ନଟ ହୋଇଥିବାରୁ ଏହା ଦିନକୁ ଦିନ ସଙ୍ଗିନ ରୁପ ନେବାକୁ ଯାଉଛି ।
କାରଣ କଣ୍ଟେନମେଣ୍ଟ ପରିଚାଳନା, ସଙ୍ଗରୋଧଗୃହ ପରିଚାଳନା ଆଦି ମାସ୍କ ପିନ୍ଧିବା ଭୋଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ପ୍ରଶାସନ ଓ ସାଧାରଣ ଜନତା ବହୁତ ଦୂରରେ ଥିବାରୁ ଏହି ସଂଖ୍ୟା ଆଗାମୀ ଦିନରେ ବିପଦ ଆଣିଦେବ ବୋଲି ଅଭିଯୋଗ ହେଉଛି । ଜିଲ୍ଲାରୁ ଆଜି ୧୬୦ ପଜିଟିଭ୍ ଚିହ୍ନଟ ପରେ ସଂଖ୍ୟା ୨ ହଜାର ୨ଶହ ୨୬ ରେ ପହଞ୍ଚିଲା ଏନେଇ କୋଭିଡ଼ ନଡ଼ାଲ ଅଧିକାରୀ ତଥା ପିଡ଼ି ଡ଼ିଆରଡ଼ିଏ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ୧୬୦ ଜଣଙ୍କ ମଧ୍ୟରୁ ୧୦୦ ଜଣ ପୁରୁଷ ଥିବା ବେଳେ ୬୦ ଜଣ ମହିଳା ଅଛନ୍ତି ।
୧୬୦ ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨୪ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଚିହ୍ନଟ ହୋଇଛନ୍ତି । ରାୟଗଡା ସହରରୁ ୧୬, ରାୟଗଡା ଗ୍ରାମାଚଂଳରୁ ୨୧, ଗୁଣପୁର ସହରରୁ ୧୭, ଗୁଣପୁର ଗ୍ରାମାଞ୍ଚଳରୁ ୧୩, ରାମନାଗୁଡାରୁ ୮, କଲ୍ୟାଣସଂହପୁରରୁ ୨୧, ଗୁଡ଼ାରୀରୁ ୧୪, ଚନ୍ଦ୍ରପୁରରୁ ୭, ମୁନିଗୁଡାରୁ ୨୩, କାଶିପୁରରୁ ୧୪, ବିଷମକଟକରୁ ୬ ଏବଂ ଆନ୍ଧ୍ର ପ୍ରଦେଶରୁ ଫେରି ୨ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬୦ ଜଣ ପିଜିଟିଭ୍ ଙ୍କ ମଧ୍ୟରୁ ୧୭ ଜଣ କରୋନା ଯୋଦ୍ଧା ମଧ୍ୟ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ୨୨୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୩୦୩ ଜଣ ସୁସ୍ଥଲାଭ କରିଛନ୍ତି । ୧୫ ଜଣ କରୋନା ସଂକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଛନ୍ତି ।
ବର୍ତମାନ ଜିଲ୍ଲାରେ ୯୦୯ଜଣ କରୋନା ପଜିଟିଭ୍ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଂଟର ଏବଂ ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୩୪୮ ଜଣ କୋରନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୨୦୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୪୧ ଜଣ ଚିକିତ୍ସାଧିନ ଅଛନ୍ତି । ତେବେ ଟେଷ୍ଟିଂ ସଂଖ୍ୟା ବଢୁଥିବାରୁ ପିଜିଟିଭ୍ ସଂଖ୍ୟା ବଢୁଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଏଥି ସହ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ନିବେଦନ କରାଯାଇଛି । ବର୍ତ୍ତମାନ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଂଟିଜେନ ଆଗ୍ରେସିଭ୍ କୋଭିଡ୍ ପରୀକ୍ଷା କରାଯାଉଛି । ଜିଲ୍ଲାର ୧୧ ଗୋଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପ୍ରଶାସନ ତରଫରୁ ଟିମ ଗଠନ କରାଯାଇ କୋଭିଡ୍ ପରୀକ୍ଷାକୁ ଜୋରଦାର୍ କରାଯାଇଛି