ରାୟଗଡ଼ା ୨୭/୬ : ରାୟଗଡା ଜିଲ୍ଲାର ସବୁଠାରୁ ବଡ଼ ଦୁର୍ନୀତି ଭାବେ ଜିଲ୍ଲା ଶ୍ରମ ବିଭାଗର କୋଟି କୋଟି ଟଙ୍କାର ଦୁର୍ନୀତି ଘଟଣା ସମ୍ପର୍କରେ ସମୟ ଖବରକାଗଜ ଲୋକଲୋଚନକୁ ଆଣିଥିବା । ଏହାର ପ୍ରାଥମିକ ତଦନ୍ତରେ ଜିଲ୍ଲା ଶ୍ରମ ଅଧିକାରିଣୀ ଜସ୍ମିନ ଶୁଭଦର୍ଶନୀ ସାହୁଙ୍କୁ ରାଜ୍ୟ ଶ୍ରମ ବିଭାଗ ତରଫରୁ ଏକ ଚିଠି ନଂ ୪୭୫୪/ ୨୬/୦୬/୨୦୨୪ ରେ ନିଲମ୍ବିତ ନିର୍ଦ୍ଦେଶନାମା ଜାରୀ ହୋଇଛି । ରାଜ୍ୟ ଶ୍ରମ କାର୍ଯ୍ଯାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାର ଦୁର୍ନୀତି ଚେର ଏଭଳି ଲମ୍ବିଛି ତାହା କେବଳ ସମ୍ପୂର୍ଣ୍ଣ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ । ଏହି ଘଟଣାକୁ ରାୟଗଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଡଃ ବାଦଲ କୁମାର ତାଙ୍କ ନେତୃତ୍ବରେ ଏକ ଚାରି ଜଣିଆ ଟିମ୍ ବରିଷ୍ଠ ସାମ୍ବାଦିକ ରଶ୍ମି ରଞ୍ଜନ ଦୋରା, ସୂଚନା ଅଧିକାର କର୍ମୀ ତଥା ସମୟ ପ୍ରତିନିଧି ରବୀନ୍ଦ୍ର ପାଟଖଣ୍ଡାଳ ଓ ଯୁବ ସାମ୍ୱାଦିକ ବିଜୟ ଦାଶଙ୍କ ସହ ତୃଣମୂଳ ସ୍ତରକୁ ଯାଇ ଅନୁସନ୍ଧାନ କରିଥିଲେ । ପ୍ରାୟ ଏକ ମାସର କଠିନ ପରିଶ୍ରମ ପରେ ଜଣା ପଡ଼ିଥିଲା ଯେ ଶ୍ରମ ଅଧିକାରିଣୀ ଏକ ବଡ ରାକେଟ ଚଳାଇଥିବା ଅବଗତ ହୋଇଥିଲା। ଯାହାକି ମୃତ୍ୟୁ ହୋଇଥିବା ବ୍ୟକ୍ତି ନାମରେ ପ୍ରଥମେ ନିର୍ମାଣ ଶ୍ରମିକ ପଜ୍ଞିକରଣ ପରେ ନିର୍ମାଣ ଶ୍ରମିକଙ୍କ ମରଣତ୍ତୋର ସହାୟତା ପ୍ରଦାନ କରୁଥିଲେ । ତାହା ବିଭିନ୍ନ ଅବୈଧ ଉପାୟରେ ହଡ଼ପ କରିଥିଲେ । ଏହାର ତଦନ୍ତ ପାଇଁ ରାଜ୍ୟରୁ ଏକ ଟିମ ଆସି ତଦନ୍ତ କରିବା ପରେ ଏ ନେଇ ରିପୋର୍ଟ୍ ତଲବ କରିଥିଲେ ସରକାରଙ୍କୁ ଶେଷରେ ରାଜ୍ୟ ଶ୍ରମ ବିଭାଗ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏ ନେଇ ଆଗକୁ ଆହୁରି ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ସେମାନେ ତୃଣମୂଳ ସ୍ତରରେ ତଦନ୍ତ କରିବା ସହ ରିପୋର୍ଟ ଦେବେ ବୋଲି ସୂଚନା ମିଳିଛି । ଏହି ଅବସରରେ ଡଃ ତା କହିଛନ୍ତି ଯେ ଏହି ଡବଲ ଇଞ୍ଜିନ ରାଜ୍ୟ ସରକାର କେବେ ମଧ୍ୟ ଏଭଳି ମହା ଦୁର୍ନୀତିକୁ ପ୍ରଶ୍ରୟ ଦେବେ ନାହିଁ। ସେଥିପାଇଁ ସେ ମୋହନ ସରକାରଙ୍କୁ ଧନ୍ୟବାଦ୍ ଦେବା ସହ ଏହାର ଆହୁରି ତଦନ୍ତ କରି ଘଟଣାକୁ ସାର୍ବଜନୀନ କରାଗଲେ ଜିଲ୍ଲାରେ ଦୁର୍ନୀତିର ମାତ୍ରା ହ୍ରାସ ପାଇବ ବୋଲି ମତ ପ୍ରକାଶ କରିଛନ୍ତି ।